fbpx

ଆର୍ମି ହସ୍ପିଟାଲ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସର୍ଜରୀ ସଫଳ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ସେନାର ରେଫରାଲ୍‌ ଆଣ୍ଡ୍‌ ରିସର୍ଚ୍ଚ (ଆର୍‌ଆର୍‌) ହସ୍ପିଟାଲରେ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସର୍ଜରୀ କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତିରେ ଦର୍ଶାଯାଇଛି ଯେ ରାଷ୍ଟ୍ରତି ରାମନାଥ କୋବିନ୍ଦ ଆର୍‌ଆର୍‌ ହସ୍ପିଟାଲ୍‌ରେ ମୋତିଆ ବିନ୍ଦୁର ସର୍ଜରୀ କରାଇଛନ୍ତି । ଏହି ଅପରେସନ ସଫଳତାର ସହ ଶେଷ ହୋଇଛି ଓ ରାଷ୍ଟ୍ରପତି ଘରକୁ ଫେରିଥିବା ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଛାତିରେ ସମସ୍ୟା ଯୋଗୁ ଗତ ମାର୍ଚ୍ଚରେ ୭୫ ବର୍ଷୀୟ କୋବିନ୍ଦ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଅଧିକ ପରୀକ୍ଷା ଓ ଯାଞ୍ଚ କରିବା ଲାଗି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ବାଇପାସ୍‌ ସର୍ଜରୀ ହୋଇଥିଲା ।

Get real time updates directly on you device, subscribe now.