fbpx

ମୁମ୍ବାଇକୁ ୨୯,୪୦୦ କୋଟି ଟଙ୍କାର ଉପହାର ଦେଲେ ପିଏମ ମୋଦୀ, କହିଲେ-ଫିନଟେକ କ୍ୟାପିଟାଲ କରିବାର ଲକ୍ଷ୍ୟ ରହିଛି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ମୁମ୍ବାଇର ଗୋରେଗାଁର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ୨୯ ହଜାର ୪୦୦ କୋଟି ଟଙ୍କାରୁ ଅଧିକ ଅନେକ ପ୍ରକଳ୍ପର ଉଦଘାଟନ କରି ମୂଳଦୁଆ ପକାଇଛନ୍ତି । ଏହି ଅବସରରେ ସଭାକୁ ସମ୍ବୋନ୍ଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଲୋକେ ଜାଣିଛନ୍ତି ଯେ, ଏନଡିଏ ସରକାର ହିଂ ସ୍ଥିରତା ଦେଇପାରନ୍ତି । ତୃତୀୟଥର ଶପଥ ନେବାପରେ ମୁଁ କହିଥିଲି ଯେ, ତୃତୀୟ ପର୍ଯ୍ୟାୟରେ ଏନଡିଏ ସରକାର ତିନି ଗୁଣା ଜୋରରେ କାମ କରିବ । ଆଜି ଆମେ ତାହା ହେବା ଦେଖୁଛୂ । ମହାରାଷ୍ଟ୍ର ପାଖରେ ଶିଳ୍ପ, କୃଷି ଏବଂ ଫାଇନାନ୍ସର ଶକ୍ତି ରହିଛି । ଏହି ଶକ୍ତି ମୁମ୍ବାଇକୁ ଦେଶର ଆର୍ଥିକ ରାଜଧାନୀ କରିଛି । ବର୍ତ୍ତମାନ ମୋର ଲକ୍ଷ୍ୟ ମହାରଷ୍ଟ୍ରକୁ ଦୁନିଆର ବଡ଼ ଆର୍ଥିକ ଶକ୍ତିଶାଳୀ ଘର କରିବା । ମୋ ଲକ୍ଷ ରହିଛି ଯେ, ମୁମ୍ବାଇକୁ ଦୁନିଆର ଫିନଟେକ କ୍ୟାପିଟାଲକରିବା । ମୁଁ ଚାହୁଁଛି ମହାରାଷ୍ଟ୍ର ପର୍ଯ୍ୟଟନରେ ଭାରତର ନଂ୧ ରାଜ୍ୟ ହେଉ । ମହାରାଷ୍ଟ୍ର ଭାରତରେ ବିକାଶର ନୂଆ କାହାଣୀ ଲେଖିବାକୁ ଯାଉଛି ।

ପିଏମ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦେଶର ଜନତା ଆଗାମୀ ୨୫ ବର୍ଷରେ ଦେଶକୁ ବିକଶିତ କରିବାକୁ ଚାହୁଁଛନ୍ତି । ଏଥିରେ ମୁମ୍ବାଇ ଏବଂ ମହାରାଷ୍ଟ୍ରର ଭୂମିକା ବହୁତ ବଡ଼ ଅଟେ । ଏଠାରେ ସମସ୍ତଙ୍କ ଜୀବନ ଉନ୍ନତ, କ୍ୱାଲିଟୀ ଅଫ ଲାଇଫ ସରଳ ହେଉ, ଏହା ଆମ ମିଶନର ଲକ୍ଷ୍ୟ । ଏଥିପାଇଁ ମୁମ୍ବାଇର ପାଖାପାଖି ଅଞ୍ଚଳର କନେକ୍ଟିଭିଟୀକୁ ଭଲ କରିବାର ପ୍ରୟାସ କରାଯାଉଛି । ମୁମ୍ବାଇରେ କୋଷ୍ଟଲ ରୋଡ ଏବଂ ଅଟଳ ସେତୁ ପୁରା ହୋଇସାରିଛି । ଯେବେ ଅଟଳ ସେତୁ ନିର୍ମାଣ ହେଉଥିଲା ଏହାର ବିରୋଧରେ ଭିନ୍ନ-ଭିନ୍ନ କଥା ପ୍ରାସରିତ କରାଯାଇଛି ।

Get real time updates directly on you device, subscribe now.