ଭୁବନେଶ୍ୱର ଘରୋଇ କଲେଜରେ ଲକ୍ଷାଧିକ ଟଙ୍କାରେ ସିଟ୍ ବିକ୍ରି, ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ମେଡିକାଲ କଲେଜ ସିଟ ବିକ୍ରି ଗ୍ୟାଙ୍ଗର ପର୍ଦ୍ଦାଫାସ୍ । ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳରୁ ୨ ଦଲାଲଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଏକ ବାରରେ ଡିଲବେଳେ ମାଡ଼ି ବସିଲା ପୋଲିସ । ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ୍ ବିକ୍ରି ପାଇଁ ଡିଲ୍ ଚାଲିଥିଲା ।

ଏକାଧିକ ଘରୋଇ ମେଡିକାଲ କଲେଜ ସହିତ ଏହି ଗ୍ୟାଙ୍ଗର ଲିଙ୍କ ଥିବା ସୂଚନା । କମିଶନରରେଟ ପୋଲିସକୁ ପୂର୍ବରୁ ସୂଚନା ମିଳିବା ପରେ ବାର୍ରେ ଯାଇ ଚଢ଼ାଉ କରିଥିଲା ।

ଗ୍ୟାଙ୍ଗରେ ଆହୁରି ସଦସ୍ୟ ଥିବା ସନ୍ଦେହ କରାଯାଉଥିବାବେଳେ ତଦନ୍ତ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।