fbpx

ବଢ଼ିଲା ପାର୍ଥ ଚାଟାର୍ଜୀଙ୍କ ପାଇଁ ଅଡ଼ୁଆ, ହାତରୁ ଗଲା ମନ୍ତ୍ରୀପଦ

ନୂଆଦିଲ୍ଲୀ: ପାର୍ଥ ଚାଟାର୍ଜୀଙ୍କ ଉପରେ ମମତା ସରକାର ବଡ଼ ଆକ୍ସନ ନେଇଛନ୍ତି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ସଂପୃକ୍ତି ଜଣାପଡ଼ିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇଦିଆଯାଇଛି । ପାର୍ଥ ଚାଟାର୍ଜୀ ବର୍ତ୍ତମାନ ମମତା ବାନାର୍ଜୀ ସରକାରରେ ଉଦ୍ୟୋଗ ମନ୍ତ୍ରୀ ଥିଲେ । ଯେତେବେଳେ ସେ ଶିକ୍ଷା ମନ୍ତ୍ରୀ ଥିଲେ ସେହି ସମୟରେ ହୋଇଥିବା ଘୋଟାଲା ପାଇଁ ତାଙ୍କୁ ଗିରଫ କରାଯାଇଛି ।

ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶ ଅନୂଯାୟୀ, ପାର୍ଥ ଚାଟାର୍ଜୀଙ୍କୁ ଶିଳ୍ପ ମନ୍ତ୍ରୀ ପଦରୁ ହଟାଯିବା ସହ ବାକି ପଦରୁ ମଧ୍ୟ ହଟାଯାଇଛି । ତାଙ୍କୁ ସୂଚନା ଏବଂ ପ୍ରସାରଣ ବିଭା, ସଂସଦୀୟ ବ୍ୟାପାର ବିଭାଗ ଆଦିରୁ ହଟାଯାଇଛି ।

ପାର୍ଟ ଚାଟାର୍ଜୀଙ୍କୁ ଇଡି ଶିକ୍ଷକ ନିଯୁକ୍ତି ଘୋଟାଲରେ ଗିରଫ କରିଛି । ଅର୍ପିତା ମୁଖାର୍ଜୀଙ୍କ ଧରାପଡ଼ିବା ପରେ  ପାର୍ଥଙ୍କୁ ଗିରଫ କରାଯାଇଥିଲା । ଅର୍ପିତାଙ୍କ ଘରୁ ପ୍ରଥମେ ରେଡ୍ ବେଳେ ୨୦ କୋଟି ନଗଦ ଟଙ୍କା ମିଳିଥିଲା । ଏହା ପରେ ବୁଧବାର ଅର୍ପିତାଙ୍କ ଘରେ ଦ୍ୱିତୀୟ ଥର ରେଡ୍ ହୋଇଥିଲା । ଏଥିରେ ମଧ୍ୟ ୨୦ କୋଟି ଟଙ୍କା ମିଳିଥିଲା । ଏହା ସହ ଅନେକ ସୁନା ମଧ୍ୟ ଜବତ ହୋଇଥିଲା । ଇଡିର କହିବା ଅନୂଯାୟୀ ଏହି ଟଙ୍କା ଶିକ୍ଷକ ନିଯୁକ୍ତିରେ ହୋଇଥିବା ଘୋଟାଲରେ ଲାଞ୍ଚ ଭାବରେ ନେଇଥିଲେ ।

 

 

Get real time updates directly on you device, subscribe now.