ନୂଆଦିଲ୍ଲୀ: ଅଲ୍ଲ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ଆସନ୍ତା ୫ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି । ଏହା ମଧ୍ୟରେ ଫିଲ୍ମର ଆଡଭାନ୍ସ ଟିକେଟ୍ ବୁକିଂ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ନଭେମ୍ବର ୩୦ରୁ ଏଥିପାଇଁ ଆଗୁଆ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ସିନେମା ହଲରେ ଟିକେଟ୍ ଦର ଭିନ୍ନ ଭିନ୍ନ ରହିଛି । ଏହି ଫିଲ୍ମର ଚାହିଦା ଏତେ ବେଶି ଯେ ତା’ର ଟିକେଟ ୨୪୦୦ ଟଙ୍କା ପର୍ଯ୍ୟନ୍ତ ବି ରହିଛି । ଦିଲ୍ଲୀରେ ଟିକେଟ୍ ଦାମ୍ ୧୮୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇ, ବେଙ୍ଗାଲୁରୁରେ ସର୍ବାଧିକ ଦାମ୍ ଯଥାକ୍ରମେ ୧୬୦୦ ଓ ୧୦୦୦ ରହିଛି ।
ତେବେ ଆପଣମାନେ ଯଦି ଏହି ଫିଲ୍ମ ଦେଖିବାକୁ ବ୍ୟାକୁଳ ଅଛନ୍ତି ତେବେ ଆପଣଙ୍କୁ ଏହି ମହଙ୍ଗ ରେଟରେ ଟିକେଟ କ୍ରୟ କରିବାକୁ ପଡ଼ିବ ନାହିଁ । ଆପଣମାନେ ଶସ୍ତାରେ ବହୁତ କମ୍ ଦାମରେ ‘ପୁଷ୍ପା-୨’ ଫିଲ୍ମର ଟିକେଟ୍ ବୁକିଂ କରିପାରିବେ । ଦିଲ୍ଲୀ ଏନସିଅରରେ ଅଧିକାଂଶ ଥିଏଟର୍ସ ମଲ୍ଲିପ୍ଲେକ୍ସ ହୋଇଥିବା ବେଳେ ସେଠାରେ ଅଧିକାଂଶ ଲୋକ ସିଙ୍ଗଲ ସ୍କ୍ରିନ ଥିବା ସିନେମା ହଲରେ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି । ଏପରି ସ୍ଥିତିରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଥିଏଟର୍ସରେ ଟିକେଟ୍ ଦାମ୍ ଅନ୍ୟେ ସ୍ଥାନ ଅପେକ୍ଷା ବହୁତ କମ୍ ରହିଛି ।
ଦିଲ୍ଲୀରେ ଥିବା ଆଇକନିକ ସିଙ୍ଗଲ ସ୍କ୍ରିନ ଡିଲାଇଟ ସିନେମା ଓ ଦରିଆଗଞ୍ଜରେ ‘ପୁଷ୍ପା-୨ର ସବୁଠାରୁ ଶସ୍ତା ଟିକେଟ୍ ଉପଲବ୍ଧ ହେଉଛି । ଏହି ଥିଏଟରରେ ଲୋୟର ଷ୍ଟଲରେ ଟିକେଟ ମୂଲ୍ୟ ୯୫ ଟଙ୍କା ରହିଛି । ସେଣ୍ଟର ଷ୍ଟଲର ଟିକେଟ ୧୧୦ ଟଙ୍କା, ଅପର ଷ୍ଟଲର ମୂଲ୍ୟ ୧୬୦ ଟଙ୍କା ଓ ବାଲକୋନୀର ଟିକେଟ ୨୩୦ ଟଙ୍କାରହିଛି । ଏହି ସବୁ ଦାମରେ ଅନଲାଇନ୍ ବୁକିଂ କଲେ ତା’ ଉପରେ କନଭେନିଏନ୍ସ ଫିସ୍ ଓ ଜିଏସଟି ସାମିଲ ହେବ ନାହିଁ । ଏହି ଦୁଇଟି ଜିନିଷକୁ ଯୋଡ଼ିବା ପରେ ବି ଡିଲାଇଟର ସବୁଠାରୁ ଶସ୍ତା ଟିକେଟ୍ ପାଖାପାଖି ୧୧୭ ଟଙ୍କା ସବୁଠାରୁ ମହଙ୍ଗା ଟିକେଟ ୨୬୫ ଟଙ୍କାରେ ମିଳିପାରେ ।