fbpx

ଆମେରିକାରେ ରାହୁଲ ଗାନ୍ଧୀଙ୍କ କ୍ଷୋଭ, କହିଲେ ସଂସଦର ସଦସ୍ୟତା ଚାଲିଯିବା ମୋ ପାଇଁ ଏକ ବଡ ଅବସର

Advertisement

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ରାହୁଲଙ୍କ ଲୋକସଭା ସଦସ୍ୟତା ଚାଲିଯିବା ବିଷୟରେ ସେ ସେଠାରେ ଏକ କାର୍ଯ୍ୟକ୍ରମରେ କହିିଛନ୍ତି । ଲୋକସଭା ସଦସ୍ୟତା ଲାଗି ଅଯୋଗ୍ୟ ଘୋଷଣା କରାଯିବା ନେଇ ରାହୁଲ ଗାନ୍ଧୀ ପ୍ରଥମ ଥର ବିଦେଶରେ ମୁହଁ ଖୋଲିଛନ୍ତି । ଷ୍ଟାନଫୋର୍ଡ ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି ମୁଁ କେବେ ଭାବି ନ ଥିଲି ଯେ, ମୁଁ ହିଁ ହେବି ସେହି ପ୍ରଥମ ବ୍ୟକ୍ତି ଯାହାକୁ ମାନହାନୀ ମାମଲାରେ ଏତେ ବଡ ସଜା ମିଳିବ ଓ ଲୋକସଭା ସଦସ୍ୟତା ହରାଇବାକୁ ପଡିବ । କିନ୍ତୁ ରାଜନୈତିକ ଦୃଷ୍ଟିରୁ ଦେଖିଲେ ଏପରି ହେବା ଦ୍ୱାରା ମୋତେ ଏକ ବଡ ସୁଯୋଗ ମିଳିଛି ।
ଭାରତ ଯୋଡ ଯାତ୍ରା କଥା ଉଠାଇ ରାହୁଲ ଗାନ୍ଧୀ କହିଛନ୍ତି, ଭାରତରେ ବିପକ୍ଷ ଦଳ ତିଷ୍ଠି ରହିବା ଲାଗି ସଂଘର୍ଷ କରୁଛି । ସମସ୍ତ ସଂସ୍ଥା ଉପରେ ରାଜନୈତିକ ଦଳର କବଜା ରହିଛି । ଗଣତାନ୍ତ୍ରିକ ଲଢେଇ ଲଢିବା ଲାଗି ଆମକୁ ସଂଘର୍ଷ କରିବାକୁ ପଡୁଛି । ଏହି କାରଣରୁ କିଛି ମାସ ତଳେ ଆମେ ପୁରା ଭାରତ ଯାତ୍ରା କରିବାକୁ ଚିନ୍ତା କଲୁ ।

ଏଠାରେ ସୂଚାଇ ଦିଆଯାଇପାରେ ରାହୁଲଙ୍କ ଆମେରିକାର ତିନି ଗୋଟି ସହରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଗତ ବୁଧବାର ସେ କାଲିଫର୍ଣ୍ଣିଆର ଷ୍ଟାନଫୋର୍ଡ ୟୁନିଭରସିଟିରେ ପହଞ୍ଚି ଭାରତୀୟ ସମୁଦାୟର ଛାତ୍ରଙ୍କ ସହ ଆଲୋଚନା କରିଛନ୍ତି ଓ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେ କହିଛନ୍ତି ୨୦୦୦ରେ ଯେତେବେଳେ ସେ ରାଜନୀତିକୁ ଓହ୍ଲାଇଥିଲେ ସେତେବେଳେ ସେ ଭାବି ନ ଥିଲେ ଏପରି ସ୍ଥିତି ଉପୁଜିବ ବୋଲି । ସେ ଆହୁରି କହିଛନ୍ତି ସଂସଦର ସଦସ୍ୟତା ଚାଲିଯିବା ତାଙ୍କୁ ଏକ ବଡ ଅବସର ଦେଇଛି । ଅନ୍ୟପକ୍ଷରେ ବିଦେଶରେ ସମର୍ଥନ ଯୋଗାଡ କରିବା ମାମଲାରେ ରାହୁଲ ଗାନ୍ଧୀ କହିଛନ୍ତି ମୁଁ କେବେ କାହାଠାରୁ କୌଣସି ପ୍ରକାର ସମର୍ଥନ ମାଗି ନାହିଁ । ମୁଁ ସଂପୂର୍ଣ୍ଣ ଭାବରେ ଜଣେ ସ୍ପଷ୍ଟବାଦୀ ମଣିଷ । ମୁଁ ଏଠିକାର ଭାରତୀୟ ଛାତ୍ରଙ୍କ ସହ ସଂପର୍କ ରଖିବାକୁ ଆସିଛି । ଭାରତର ପ୍ରଧାନମନ୍ତ୍ରୀ କାହିଁକି ଏପରି ସ୍ଥାନକୁ ଆସି ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି ।

 

Get real time updates directly on you device, subscribe now.