fbpx

ରାହୁଲଙ୍କ ସହ ସେଲ୍ଫି ନେବା ପାଇଁ ଷ୍ଟେଜ ଉପରେ ମାଡ଼ଗୋଳ ,ରାଗିଲେ ରାହୁଲ

Advertisement

ନୂଆଦିଲ୍ଲୀ: ହରିୟାଣାର ନହୁରେ, ଯେତେବେଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ପ୍ରବେଶ କରିଥିଲା ​​ଏବଂ ପତାକା ବିନିମୟ କାର୍ଯ୍ୟକ୍ରମ ଚାଲିଥିଲା, କିଛି କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ବହୁତ କ୍ରୋଧିତ ଦେଖାଯାଉଥିଲେ ଏବଂ ସେଲଫି ନେଇଥିବା ନେତାଙ୍କ ହାତକୁ ସେ ତଳକୁ କରୁଥିବାର ଦେଖାଇବାକୁ ମିଳିଛି । ଏହି ସମୟରେ, ମଞ୍ଚ ଉପରେ ବହୁତ ଠେଲା ଠେଲି ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଭାରତ ଯୋଡୋ ଯାତ୍ରା ଏହାର ୧୦୫ ତମ ଦିନରେ ପ୍ରବେଶ କରିଛି ।

ସୂଚନାମୁତାବକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଏକ ଚିଠି ଲେଖି ଭାରତ ଯୋଡୋ ଯାତ୍ରାରେ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି ଯଦି ଏହା ସମ୍ଭବ ନୁହେଁ ତେବେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏହି ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବା ଉଚିତ ।

ଏହି ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ‘ଭାରତ ଯୋଡୋ ଯାତ୍ରା’ ମାଧ୍ୟମରେ କରୋନା ବ୍ୟାପିବାର ବିପଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “କରୋନା ମହାମାରୀ ବ୍ୟାପିବାକୁ ରୋକିବା ପାଇଁ ଦେଶର ସ୍ୱାର୍ଥ ଦୃଷ୍ଟିରୁ “ଭାରତ ଯୋଡୋ ଯାତ୍ରା’ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇପାରେ । ରାଜସ୍ଥାନରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ କୋଭିଡ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ିି ଭାବେ ପାଳନ କରାଯିବା ଉଚିତ । ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉ । ଏହା ବ୍ୟତୀତ ଯେଉଁମାନେ କୋଭିଡ ଟିକା ନେଇଛନ୍ତି ସେହି ଲୋକମାନଙ୍କୁ ଯାତ୍ରାରେ ଯୋଗଦେବାକୁ ଅନୁମତି ଦେବାକୁ ଏକ ଆବେଦନ କରାଯାଇଛି ।

Get real time updates directly on you device, subscribe now.