fbpx

ପୋଲିସ କବଜାରେ ନକଲି PA, ରେଳମନ୍ତ୍ରୀଙ୍କ ପିଏ କହି ଲୁଟୁଥିଲା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକମାନେ ଟଙ୍କା ଲୁଟିବା ପାଇଁ ବଡ ବଡ ନେତା, ମନ୍ତ୍ରୀଙ୍କ ନାଁ ବ୍ୟବହାର କରୁଛନ୍ତି ଓ ସାଧାରଣ ଲୋକେ ଏହାର ଶିକାର ହେଉଛନ୍ତି । ସେହିପରି ରେଳମନ୍ତ୍ରୀଙ୍କ ପିଏ କହି ଲୋକଙ୍କୁ ଠକୁଥିବା ଯୁବକକୁ ଗିରଫ କରାଯାଇଛି । ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଶତପଥୀକୁ ଗିରଫ କରିଛି ପୋଲିସ । ରେଳ ଅଧିକାରୀଙ୍କ ବଦଳି ଓ ପ୍ରମୋସନ କରାଇବାକୁ କହି ସେ ଟଙ୍କା ନେଉଥିଲା । ଅଭିଯୁକ୍ତ ଗୋପାଳ ଦିଲ୍ଲୀରେ ରହି ଗ୍ୟାଙ୍ଗ ତିଆରି କରୁଥିଲା ।

କିନ୍ତୁ ଏହି ଠକେଇ ମାମଲାରେ ଚନ୍ଦ୍ରଶେଖର ପୋଲିସକୁ ମିଳିଛି ବଡ଼ ସଫଳତା । ଗ୍ୟାଙ୍ଗର ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଭୁବନେଶ୍ୱର ରେଳକୁଞ୍ଜରେ ଥିବା ଜିଏମଙ୍କୁ ଫୋନ କରି ଲୋଭ ଦେଖାଉଥିବା ବେଳେ ଫସିଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୋଲିସ । ପଚରାଉଚରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.