ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଇଂଲଣ୍ଡ ଆକାଶରେ ଛାଇଗଲା ଇନ୍ଦ୍ରଧନୁ, ଭାବବ୍ୱିହଳ ହେଲେ ଲୋକେ

ନୂଆଦିଲ୍ଲୀ: ବ୍ରିଟେନ୍ ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁ ଖବର ଘୋଷଣା ହେବା ପରେ ୱିଣ୍ଡସର ଦୁର୍ଗ ସମେତ ବିଭିନ୍ନ ସ୍ଥାନରେ ଇନ୍ଦ୍ରଧନୁ ଦେଖାଯାଇଥିଲା। ଏହା ପରେ ବ୍ରିଟେନ୍‌ର ପତାକା ହ୍ରାସ କରାଯାଇଥିଲା ଏବଂ ବକିଂହମ୍ ପ୍ୟାଲେସ୍ ବାହାରେ ଯେଉଁଠାରେ ଜନସମାଗମ ହୋଇଥିଲା। ବ୍ରିଟେନର ଦୀର୍ଘତମ ରାଜତ୍ୱ କରୁଥିବା ରାଣୀ ଏଲିଜାବେଥ୍‌ଙ୍କ ଗୁରୁବାର ଦିନ ସ୍କଟଲ୍ୟାଣ୍ଡର ବାଲମୋରାଲ ଦୁର୍ଗରେ ୯୬ ବର୍ଷ ବୟସରେ ଦେହାନ୍ତ ଘଟିଛି। ଏଲିଜାବେଥ ୨୧ ଏପ୍ରିଲ ୧୯୨୬ ରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ।

ସେ ୧୯୫୨ ମସିହାରେ ଏଲିଜାବେଥ ସିଂହାସନ ଗ୍ରହଣ କରିଥିଲେ। ଇଂଲଣ୍ଡ ଆକାଶରେ ଉଜ୍ଜ୍ୱଳ ଇନ୍ଦ୍ରଧନୁ ସାମୟିକ ଭାବରେ ଇଂଲଣ୍ଡବାସୀଙ୍କ ଭାବନାକୁ ସତେଜ କରି ଦେଇଥିଲା। କିନ୍ତୁ ଗୁରୁବାର ଦିନ ଏଭଳି ଖବର ଘୋଷଣା ହେବା ପରେ ଲୋକମାନେ ମ୍ରିୟମାଣ ହୋଇପଡିଥିଲେ। ଏହି ସମୟରେ ରାଣୀଙ୍କ ଲଣ୍ଡନ ବାସଭବନରେ ପତାକା ଉତ୍ତୋଳନ କରାଯିବା ପରେ କେହି କେହି କାନ୍ଦୁଥିଲେ। ବକିଙ୍ଗହମ୍ ପ୍ୟାଲେସ୍ ବାହାରେ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ।

ରାଜ ପରିବାର ଗୁରୁବାର ଦିନ ସେମାନଙ୍କର ଅଫିସିଆଲ ସାଇଟରେ ଏକ ବିବୃତ୍ତି ପୋଷ୍ଟ କରି କହିଛନ୍ତି ଯେ ରାଣୀ ଆଜି ଅପରାହ୍ନରେ ବାଲମୋରାଲରେ ଶାନ୍ତିପୂର୍ଣ୍ଣ ଭାବେ ଦେହାନ୍ତ କରିଛନ୍ତି। କିଙ୍ଗ ଏବଂ ରାଣୀ କନସର୍ଟ ଆଜି ସନ୍ଧ୍ୟାରେ ବାଲମୋରାଲରେ ରହି ଆସନ୍ତାକାଲି ଲଣ୍ଡନକୁ ଫେରିବେ।