CHARIDHAM

ଉତ୍ତେଜନା ମଧ୍ୟରେ ରାଜ୍ୟସଭାରେ ପାସ୍ ହେଲା ‘ୟୁନିଫର୍ମ ସିଭିଲ୍ କୋଡ୍‌’, ବିରୋଧୀଙ୍କ ଦାବି ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହୋଇଛି ‘ୟୁନିଫର୍ମ ସିଭିଲ କୋଡ୍ ପ୍ରାଇଭେଟ ବିଲ୍’। ଏହି ବିଲ୍‌କୁ ବିଜେପି ସାଂସଦ କିରୋରିଲାଲ ମୀନାଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା, ତେବେ ଗୃହରେ ତୀବ୍ର ବିତର୍କ ମଧ୍ୟରେ ଏହା ପାସ୍ ହୋଇଛି। ଏହି ବିଲ୍ ଉପସ୍ଥାପନକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହି ତୀବ୍ର ବିତର୍କ ସମୟରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଶ୍ନ କରିଥିଲେ କି, ଏହାକୁ କାହିଁକି ଉପସ୍ଥାପନ କରାଯାଇପାରିବ ନାହିଁ?

ତେବେ ଏହି ବିଲ୍‌ର ଉପସ୍ଥାପନକୁ ବନ୍ଦ କରିବାକୁ ବିରୋଧୀଙ୍କ ଦାବିକୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ପ୍ରତ୍ୟାଖ୍ୟାନ କରିଥିଲେ । ପରେ ଏହା ୬୩ ଭୋଟରେ ପାସ୍ ହୋଇଥିଲା, ଯେତେବେଳେ କି ଏହା ବିପକ୍ଷରେ ୨୩ ଖଣ୍ଡ ଭୋଟ ପଡିଥିଲା ।