fbpx

୩ଟି ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କର ବଡ଼ କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ, ସୂଚନା ଦେଲା RBI

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ସମୟରେ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ଦ ରଦ୍ଦ କରିବା କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଲକ୍ଷାଧିକ ଟଙ୍କାର ଜରିମାନା ଲାଗୁ କରିଥିଲା । ତେବେ ଏହା ମଧ୍ୟରେ ପୁଣି ୩ଟି ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୂଚନା ମୁତାବକ, ନିୟମ ପାଳନ ନ କରିବା କାରଣରୁ ଆରବିଆଇ ଏଚଏସବିସି ବ୍ୟାଙ୍କ ଉପରେ ୩୬.୩୮ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଥିଲା । ବିଦେଶୀ ମୁଦ୍ରା ବିନିମୟ ପ୍ରବନ୍ଧନ ଅଧିନିୟମ (ଫେମା) ନିୟମ ସଠିକ୍ ଭାବେ ନ କରିବା କାରଣରୁ ଏହି ଆକ୍ସନ ନେଇଥିଲା ଆରବିଆଇ । ଏହାପରେ ଆରବିଆଇ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ପରେ ଏଚଏସବିସି ବ୍ୟାଙ୍କ ଜବାବ ରଖିଥିଲା । ଏହି ମାମଲାରେ ବିଚାର କରିବା ପରେ ବ୍ୟାଙ୍କ ନିୟମ ଉଲ୍ଲଂଘ କରିଥିବା ପ୍ରମାଣିତ ହୋଇଥିଲା ଓ ଜରିମାନା ଲାଗୁ କରିବା ଜରୁରୀ ଥିଲା ।

ସେହିପରି ଏହା ପୂର୍ବରୁ ଆରବିଆଇ ଦୁଇଟି ବଡ଼ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥିଲା । ଆଇସିଆଇସିଆଇ ବ୍ୟାଙ୍କ ଉପରେ ୧ କୋଟି ଟଙ୍କା ଓ ୟେସ୍ ବ୍ୟାଙ୍କ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିଲା । ତେବେ ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବା ତାହା ଜାଣିବା ନିହାତି ଜରୁରୀ । ବ୍ୟାଙ୍କଗୁଡ଼ିକ ଉପରେ ଜରିମାନା ଲାଗୁ କରାଯିବା ପରେ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ଏଥିସହିତ ଗ୍ରାହକଙ୍କର ନେଣଦେଣ, ସେଭିଂ ଆକାଉଣ୍ଟ ଓ ଲୋନ କ୍ଷେତ୍ରରେ ମଧ୍ୟ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । ଉଭୟ ଗ୍ରାହକ ଓ ବ୍ୟାଙ୍କ ପୂର୍ବ ପରି ସାଧାରଣ ଭାବେ ନିଜର କାର୍ଯ୍ୟ ଜାରି ରଖିବେ ।

Get real time updates directly on you device, subscribe now.