fbpx

RBI ପକ୍ଷରୁ ମଧ୍ୟମ ବର୍ଗଙ୍କୁ କ’ଣ ମିଳିବ, ଦିପାବଳୀ ଗିଫ୍ଟ ନା ଝଟକା, ଆଜି ହେବ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି (ଏମପିସି)ର ତିନିଦିନିଆ ବୈଠକ ଆଜି ସମାପ୍ତ ହେବ । ତେବେ ଏହି ସମୀକ୍ଷା ପରେ କ’ଣ ନିଷ୍ପତ୍ତି ହୋଇଛି ସେନେଇ ଆଜି ପ୍ରେସ କନଫରେନ୍ସ ମାଧ୍ୟମରେ ଘୋଷଣା କରିବେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେବେ ସୁଧ ଦରରେ ହ୍ରାସ ନେଇ ସମସ୍ତଙ୍କର ନଜର ଏହା ଉପରେ ରହିଛି । ମଧ୍ୟମ ବର୍ଗଙ୍କୁ ଦିପାବଳୀ ଗିଫ୍ଟ ନା ଝଟଟା ମିଳିବ, ତାହାକୁ ସମସ୍ତେ ଚାହିଁ ରହିଛନ୍ତି ।

ତେବେ ସୁଧହାରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଅର୍ଥ ବିଶାରଦମାନେ ମତ ଦେଇଛନ୍ତି । କାରଣ ବର୍ତ୍ତମାନ ସମୟରେ ମହଙ୍ଗାକୁ କଣ୍ଟ୍ରୋଲ କରିବା ଆରବିଆଇର ପ୍ରାଥମିକତା । ଅନ୍ୟପଟେ ରେପୋ ରେଟ ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ରହିଛି । ଏହି ରେପୋ ରେଟକୁ ଆଧାର କରି ବ୍ୟାଙ୍କ ଲୋନର ସୁଧ ହାର ନିର୍ଣ୍ଣୟ କରାଯାଇଥାଏ । ତେବେ ଲଗାତର ରେପୋ ରେଟ୍ ସ୍ଥିର ରହିବା ପରେ ପରେ ପର୍ବପର୍ବାଣିକୁ ଲକ୍ଷ୍ୟ ରଖି କିଛି ବ୍ୟାଙ୍କ ଗ୍ରାହକଙ୍କୁ ସ୍ୱଳ୍ପ ଅବଧି ପାଇଁ ସୁଧ ହାରରେ କୋହଳ କରିବା ସହ ପ୍ରୋସୋସିଂ ଫି’ ମଧ୍ୟ ଛାଡ଼ କରିଛନ୍ତି ।

Get real time updates directly on you device, subscribe now.