RBI ଆଣିବ ନୂଆ ଯୋଜନା: ଖୁବଶୀଘ୍ର ଡଲାର, ପାଉଣ୍ଡ ଓ ୟୁରୋରେ ଆରମ୍ଭ ହେବ RTGS ଟ୍ରାଞ୍ଜାକସନ୍

ନୂଆଦିଲ୍ଲୀ: ଡିଜିଟାଲ କାରବାରକୁ ଆଗକୁ ନେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିୟମିତ ଭାବେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଆରବିଆଇ ରିୟଲ ଟାଇମ୍ ଗ୍ରସ ସେଟଲମେଣ୍ଟ (ଆରଟିଜିଏସ)କୁ ନେଇ ଏକ ନୂଆ ଯୋଜନା କରିଛି । ସାଧାରଣ ଭାବେ ବର୍ତ୍ତମାନ ସମୟରେ ଭାରତୀୟ ମୁଦ୍ରାରେ ଆରଟିଜିଏସ୍ କାରବାର ହେଉଥିବା ବେଳେ ଆଗକୁ ବିଭିନ୍ନ ବୈଦେଶିକ ମୁଦ୍ରାରେ ଏହି ଟ୍ରାଞ୍ଜାକସନ ସମ୍ଭବ ହୋଇ ପାରିବ । ଖୁବଶୀଘ୍ର ଡଲାର, ପାଉଣ୍ଡ ଓ ୟୁରୋରେ ଆରଟିଜିଏସ୍ ଟ୍ରାଞ୍ଜାକସନ୍ ସମ୍ଭବ ହୋଇ ପାରିବ ।

ଭାରତରେ ଆରଟିଜିଏସ ଅର୍ଥ ଟ୍ରାନ୍ସଫର କରିବାର ସବୁଠାରୁ ସୁରକ୍ଷିତ ତରିକା ହୋଇଥିବା ବେଳେ ଏହାଦ୍ୱାରା ଖୁବ୍ କମ୍ ସମୟରେ ଗ୍ରହୀତାଙ୍କ ପାଖକୁ ଅର୍ଥ ପଠାଇବା ସମ୍ଭବ ହୋଇଥାଏ । ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କୁ ଅର୍ଥ ଟ୍ରାନ୍ସଫର କରିବାପାଇଁ ଆରଟିଜିଏସକୁ ବ୍ୟବହାର କରାଯାଇଥାଏ । ଆରବିଆଇ ଦ୍ୱାରା ଏହାକୁ ସଞ୍ଚାଳିତ କରାଯାଇଥାଏ । ଆରଟିଜିଏସ ସେବାକୁ ବିସ୍ତାର କରିବା ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ କାର୍ଯ୍ୟକ୍ରମ ଅବସରରେ କହିଥିଲେ । ତେବେ ଖୁବଶୀଘ୍ର ଆମେରିକୀୟ ଡଲାର, ୟୁରୋ ଓ ପାଉଣ୍ଡରେ ମଧ୍ୟ ଆରଟିଜିଏସ୍ ସୁବିଧା ଉପଲବ୍ଧ ହେବ । ବିଭିନ୍ନ ମୁଦ୍ରାକୁ ଆରଟିଜିଏସ କାରବାରରେ ସାମିଲ କରିବା ଦ୍ୱାରା ସୀମ-ପାର ଅର୍ଥ ନେଣଦେଣ ବୃଦ୍ଧି ଘଟିବ । ଏହାଦ୍ୱାରା କ୍ରିପ୍ଟୋକରେନ୍ସି ସହ ଜଡ଼ିତ ଗମ୍ଭୀର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇ ପାରିବ ବୋଲି ଶ୍ରୀ ଦାସ କହିଥିଲେ ।

Get real time updates directly on you device, subscribe now.