fbpx

Realme ର ଶକ୍ତିଶାଳୀ ସ୍ମାର୍ଟଫୋନ୍ ମାତ୍ର 6,799 ଟଙ୍କାରେ ଉପଲବ୍ଧ: ମିଳିବ 5000mAh ବ୍ୟାଟେରୀ ସହିତ ବଡ ଡିସପ୍ଲେ

ନୂଆ ଦିଲ୍ଲୀ, ୨୭/୦୪: ସ୍ମାର୍ଟଫୋନ ନିର୍ମାତା କଂପାନୀ ଋିୟଲ ମିର ବଜେଟ ସ୍ମାର୍ଟଫୋନକୁ ଗ୍ରାହକ ବେଶ ପସନ୍ଦ କରିଛନ୍ତି, ତେବେ ଏବେ ଆପଣ ଏହାର ଫୋନକୁ ଆହୁରି ଶସ୍ତାରେ କିଣିପାରିବେ । ଫ୍ଲିପକାର୍ଟରେ ଏହି ସ୍ମାର୍ଟଫୋନକୁ କମ ମୂଲ୍ୟରେ ଉପଲବ୍ଧ କରାଯାଉଛି । ଆଜି ଆମେ କହୁଛୁ କଂପାନୀର ଏକ ଲୋକପ୍ରିୟ ଫୋନ Realme C20 ବିଷୟରେ ଯାହାକୁ ଆପଣ କାଫି ଶସ୍ତାରେ କିଣିପାରିବେ । ଏବେ ଏହା ଫ୍ଲିପକାର୍ଟରେ 6,999 ବଦଳରେ 6,799ରେ ମିଳୁଛି । ଏହାର ସବୁଠୁ ଖାସ କଥା ହେଉଛି ଏଥିରେ ଥିବା 5000mAh ବ୍ୟାଟେରୀ ଏବଂ ଏହାର ଦାମ ।

ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ:

Realme C20 ରେ 720×1600 pixel Resolution ସହିତ 6.5 inchର HD+ IPS ଡିସପ୍ଲେ ଦିଆଯାଇଛି । ଏହି ଫୋନ MediaTek Helio G35 ପ୍ରୋସେସର ଦ୍ୱାରା ପରିଚାଳିତ । ଫୋନରେ 2 GB LPDDR4X RAM ଏବଂ 32 GBର ଇନଣ୍ଟରନାଲ ଷ୍ଟୋରେଜ ରହିଛି । ଏହି ଷ୍ଟୋରେଜକୁ ଆପଣ ମେମୋରୀ କାର୍ଡ ଦ୍ୱାରା 256GB ପର୍ଯ୍ୟନ୍ତ ବଢାଇପାରିବେ । Realme C20 ରେ Android 10 ବେସ Realme UI ଦିଆଯାଇଛି ।

କ୍ୟାମେରାରେ ଏଥିରେ ଫ୍ଲାସଲାଇଟ ସହ 8 MP ପ୍ରାଇମେରୀ କ୍ୟାମେରା ରହିଛି । ସେହିଭଳି 5 MP ଫ୍ରଣ୍ଟ କ୍ୟାମେରା ରହିଛି । କ୍ୟାମେରା ରେ ନାଇଟ ମୋଡ, ପାନୋରୋମା, ଟାଇମ ଲାପ୍ସ, ପୋଟ୍ରେଟ ମୋଡ ଭଳି ଅନେକ ଫିଚର୍ସ ଦିଆଯାଇଛି ।

5000 mAh ବ୍ୟାଟେରୀ ବ୍ୟାଟେରୀ ଦିଆଯାଇଛି । ଏହା ରିଭର୍ସ ଚାର୍ଜିଂ ସପୋର୍ଟ କରିଥାଏ । ଏଥିରେ କନେକ୍ଟିଭିଟି ପାଇଁ 4G LTE, Wi-Fi 802.11 b/g/n, Bluetooth 5.0, ଜିପିଏସ ଏବଂ 3.55MM ହେଡଫୋନ ଜ୍ୟାକ ରହିଛି ।

Get real time updates directly on you device, subscribe now.