fbpx

ଲଞ୍ଚ ହେଲା Realme Narzo 30 5G ଏବଂ Realme Narzo 30, ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ

Advertisement

ନୂଆଦିଲ୍ଲୀ: ଭାରତରେ Realme Narzo 30 5G ଏବଂ Realme Narzo 30 ଲଞ୍ଚ ହୋଇଛି ।  ଆଜି ଏକ ଭର୍ଚୁଆଲ୍ ଇଭେଣ୍ଟରେ ଏହି ଫୋନ ଲଞ୍ଚ କରାଯାଇଛି  । ଫୋନ ସହ କମ୍ପାନୀର ନୂତନ ଏଲଇଡି ଟିଭି ଏବଂ Realme Buds Q2 ମଧ୍ୟ ଲଞ୍ଚ କରାଯାଇଛି । ଉଭୟ ଫୋନରେ 5000mAhର ବ୍ୟାଟେରୀ ରହିଛି ।

Realme Narzo 30 5Gର 6GB+128GB ଭାରିଆଣ୍ଟର ମୂଲ୍ୟ 15,999 ଟଙ୍କା ରଖାଯାଇଛି  ।  ଏଥି ସହିତ Realme Narzo 30ର 4GB+64GB ଭାରିଆଣ୍ଟର ମୂଲ୍ୟ 12,499 ଟଙ୍କା ଏବଂ 6GB+128GB ଭାରିଆଣ୍ଟର ମୂଲ୍ୟ 14,999 ଟଙ୍କା ରଖାଯାଇଛି । ରେସିଂ ବ୍ଲୁ ଏବଂ ରେସିଂ ସିଲଭର ରଙ୍ଗ ବିକଳ୍ପରେ ଉଭୟ ଫୋନ୍ ଲଞ୍ଚ କରାଯାଇଛି ।

Realme Narzo 30 5Gର ବିକ୍ରି ଜୁନ୍ ୩୦ ଆରମ୍ଭ ହେବ  । ଏଥି ସହିତ, ସହିତ Realme Narzo 30ର ବିକ୍ରି ଜୁନ୍ ୨୯ ରୁ ଆରମ୍ଭ ହେବ  । ଗ୍ରାହକମାନେ ଫ୍ଲିପକାର୍ଟ, ରିଅଲମର ସାଇଟ୍ ଏବଂ ଅଫଲାଇନ୍ ଷ୍ଟୋରରୁ ଉଭୟ ଫୋନ୍ କିଣିବାକୁ ସକ୍ଷମ ହେବେ। ଗ୍ରାହକଙ୍କ ପାଇଁ ଲଞ୍ଚ ଅଫର୍ ମଧ୍ୟ ରହିଛି ।

ଏମିତି ରହିଛି Realme Narzo 30 5Gର ଫିଚର୍ସ:

ଡୁଆଲ୍-ସିମ୍ ସପୋର୍ଟ ସହ ଏହି ସ୍ମାର୍ଟଫୋନ୍ Android 11 ଉପରେ  ଆଧାରିତ ଏବଂ Realme UI 2.0 ଦ୍ୱାରା ପରିଚାଳିତ । ଏଥିରେ 6.5 inchର Full HD+ ଡିସପ୍ଲେ ସହିତ 600 nits ବ୍ରାଇଟନେସ ଏବଂ 90Hzର ରିଫ୍ରେଶ ରେଟ ରହିଛି । ଏଥିରେ 6GB RAM ସହିତ MediaTek Dimensity 700 Octa Core ପ୍ରୋସେସର୍ ରହିଛି । ଏହାର ଇଣ୍ଟରନାଲ ଷ୍ଟୋରେଜ 128 GB ରହିଛି । ଯାହା ମେମୋରୀ କାର୍ଡ ଦ୍ୱାରା 1TB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।

ଫୋନରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି  । ଯାହାର ପ୍ରାଇମେରୀ କ୍ୟାମେରା 48 MP ରହିଥିବାବେଳେ, 2 MPର ମୋନୋକ୍ରୋମ୍ ସେନ୍ସର ଏବଂ 2 MPର ମାକ୍ରୋ କ୍ୟାମେରା ଦିଆଯାଇଛି । ଏଥିରେ ସେଲ୍ଫି ପାଇଁ 16 MPର କ୍ୟାମେରା ରହିଛି । ସ୍ମାର୍ଟଫୋନରେ 5000 mAh  ବ୍ୟାଟେରୀ ସହ 18 Wର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଏହା ସହ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ରହିଛି ।

Realme Narzo 30 ର ଫିଚର୍ସ:

ଡୁଆଲ୍-ସିମ୍ ସପୋର୍ଟ ଥିବା ଏହି ସ୍ମାର୍ଟଫୋନ୍ Android 11 ଉପରେ ଆଧାରିତ  । ଏଥିରେ Realme UI 2.0 ଇଣ୍ଟରଫେସ ଦେଖିବାକୁ ମିଳିବ । ଏଥିରେ ମଧ୍ୟ 90Hz ରିଫ୍ରେସ୍ ରେଟ୍ ସହିତ 6.5 inch Full HD+ ଡିସପ୍ଲେ ଦିଆଯାଇଛି । 6 GB RAM ସହ ଏଥିରେ MediaTek Helio G95 Octa core ପ୍ରୋସେସର ଦିଆଯାଇଛି ।

ଫଟୋଗ୍ରାଫି ପାଇଁ Realme Narzo 30 ରେ ମଧ୍ୟ ଟ୍ରିପଲ କ୍ୟାମେରା ସେଟଅପ ରହିଛି । 48MPର ପ୍ରାଇମେରୀ କ୍ୟାମେରା, 2 MP ମୋନୋକ୍ରୋମ୍ ସେନ୍ସର ଏବଂ 2 MP ମାକ୍ରୋ କ୍ୟାମେରା ଦିଆଯାଇଛି  । ସେଲଫି ପାଇଁ ଏଥିରେ ମଧ୍ୟ 16 MP କ୍ୟାମେରା ରହିଛି । ଏଥିରେ 5000 mAh ବ୍ୟାଟେରୀ ସହ 30 Wର ଫାଷ୍ଟ ଚାର୍ଜିଂର ସୁବିଧା ରହିଛି । ଏଥିରେ ମଧ୍ୟ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ରହିଛି ।

Get real time updates directly on you device, subscribe now.