ନୂଆଦିଲ୍ଲୀ: କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମାନ୍ୟତା ନେଇ ସୂଚନା ।
ପୂର୍ବରୁ ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏସିଆ ମହାଦେଶର ସବୁଠାରୁ ବଡ଼ ବାଣିଜ୍ୟିକ ଯାତ୍ରା ହେଉଛି ବାଲିଯାତ୍ରା ।
ପ୍ରତିବର୍ଷ କଟକରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଲକ୍ଷ ଲକ୍ଷ ଲୋକ ଯାତ୍ରା ଦେଖିବା ପାଇଁ ଭିଡ଼ ଜମାନ୍ତି ।
ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାର ଆୟୋଜନ କରାଯାଏ ।
୨୦୨୪-୨୫ରେ ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହୋଇ୍ଥିଲା ।