fbpx

ଡୁଆଲ୍ ସିମକାର୍ଡଧାରୀଙ୍କ ପାଇଁ ଖୁସି ଖବର: Jio ଲଞ୍ଚ କଲା ଏକ ଶସ୍ତା ପ୍ଲାନ, ଅନଲିମିଟେଡ କଲିଂ ସାଙ୍ଗକୁ ଦୈନିକ ୧ ଜିବି ଡାଟା ମିଳୁଛି

ନୂଆଦିଲ୍ଲୀ: ନିକଟରେ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ପ୍ଲାନ୍ସ ଦର ବୃଦ୍ଧି ଘୋଷଣା କରିଥିଲେ । ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଫାଫୋନ ନିଜ ନିଜର ରିଚାର୍ଜ ପ୍ଲାନର ଦାମ୍ ବଢ଼ାଇଥିଲେ । ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଦାମ୍ ଦେବାକୁ ପଡ଼ୁଛି । ତେବେ ଏହା ମଧ୍ୟରେ ଜିଓ ୟୁଜର୍ସଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କମ୍ପାନୀ ଏକ କମ୍ ଦାମ୍ ବିଶିଷ୍ଟ ଶସ୍ତା ପ୍ଲାନ ଲଞ୍ଚ କରିଛି । ଅନଲିମିଟେଡ କଲିଂ କରିବାକୁ ଇଚ୍ଛୁକ ଗ୍ରାହକଙ୍କ ପାଇଁ ଏହି ପ୍ଲାନ୍ ବିଶେଷ ଭାବେ ସହାୟକ ହୋଇ ପାରିବ ।

ଜିଓ ଲଞ୍ଚ କରିଥିବା ଏହି ଶସ୍ତା ପ୍ଲାନର ମୂଲ୍ୟ ୨୦୯ ଟଙ୍କା ରହିଛି । ଏଥିରେ ୟୁଜର୍ସଙ୍କୁ ଦୈନିକ ୧ ଜିବି ଡାଟା ମିଳିବ । ଡୁଆଲ ସିମ୍ ଚଳାଉଥିବା ଗ୍ରାହକଙ୍କ ପାଇଁ ଏହା ଏକ ବଢ଼ିଆ ପ୍ଲାନ୍ । ଏହି ପ୍ଲାନର ବୈଧତା ୨୨ ଦିନ ପର୍ଯ୍ୟନ୍ତ ରହିଛି । ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଂ ସୁବିଧା ମିଳୁଥିବା ବେଳେ ଲୋକାଲ ଓ ଏସଟିଡି କଲ୍ ସୁବିଧା ମିଳୁଛି । ତେଣୁ ଡୁଆଲ ସିମ୍ ଚଳାଉଥିବା ଗ୍ରାହକମାନେ ଯଥାଶୀଘ୍ର ଏହି ପ୍ଲାନ କ୍ରୟ କରିନେବା ଆବଶ୍ୟକ ।

ସୂଚନାଯୋଗ୍ୟ ଯେ, ନିକଟରେ ଜିଓ ତା’ର ରିଚାର୍ଜ ପ୍ଲାନ୍ସ ଦର ବୃଦ୍ଧି କରିବା ସହିତ ପୋର୍ଟୋଫୋଲିଓରୁ ଅନେକ ପ୍ଲାନ୍ସକୁ ହଟାଇ ଦେଇଥିଲା । ଫଳରେ ଗ୍ରାହକଙ୍କ ପାଇର୍ ସିମକୁ ଆକ୍ଟିଭ ରଖିବା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିଲା । ନିକଟରେ କମ୍ପାନୀ ୧୪୯ ଓ ୧୭୯ ଟଙ୍କା ପ୍ଲାନ୍ସକୁ ହଟାଇ ଦେଇଥିଲା । ଏଥିସହିତ ଚଳିତ ମାସ ପ୍ରଥମ ସପ୍ତାହରେ କମ୍ପାନୀ ୧୦ଟି ପ୍ଲାନ୍ସକୁ ଲିଷ୍ଟରୁ ହଟାଇ ଦେଇଥିଲା । ଫଳରେ ଜିଓର ଲକ୍ଷାଧିକ ଗ୍ରାହକଙ୍କୁ ବଡ଼ ଝଟକା ଲାଗିଥିଲା ।

Get real time updates directly on you device, subscribe now.