fbpx

ପୁଣି ଥରେ ଝଟକା ଦେଲା Jio: ରିଚାର୍ଜ ମହଙ୍ଗା କରିବା ପରେ ଏବେ ୧୦ଟି ପ୍ଲାନ୍ସକୁ ହଟାଇଦେଲା

Advertisement

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗତ ସପ୍ତାହରେ ତା’ର ରିଚାର୍ଜ ପ୍ଲାନ୍ସର ଦର ବୃଦ୍ଧି କରିଥିଲା । ଏଥିସହିତ କମ୍ପାନୀ ତା’ର ଦୁଇଟି ଶସ୍ତା ପ୍ଲାନ୍ସକୁ ମଧ୍ୟ ବନ୍ଦ କରିଦେଇଥିଲା । ଜୁଲାଇ ୩ ତାରିଖରୁ ଗ୍ରାହକଙ୍କ ପାଇଁ ଜିଓ ସେବା ମହଙ୍ଗା ହୋଇଯାଇଛି । ତେବେ ଏହା ମଧ୍ୟରେ ପୁଣି ଏକ ବଡ଼ ଝଟକା ଦେଇଛି । ଜିଓ କମ୍ପାନୀ ତା’ର ୧୦ଟି ପ୍ଲାନ୍ସକୁ ଲିଷ୍ଟରୁ ହଟାଇ ଦେଇଛି । କମ୍ପାନୀର ଏହି ପଦକ୍ଷେପ ଫଳରେ ଜିଓ ଗ୍ରାହକମାନେ ପୁଣି ସମସ୍ୟାକୁ ସାମ୍ନା କରିବେ ।

ସୂଚନା ମୁତାବକ, କମ୍ପାନୀ ତା’ର ନିଜର ପୋର୍ଟଫୋଲିୟୋକୁ ସମ୍ପୂର୍ଣ୍ଣ ଭାବେ ଅପଡେଟ୍ କରିଦେଇଛି । ଏଥିସହିତ କମ୍ପାନୀ ଅନେକ ଶସ୍ତା ପ୍ଲାନସକୁ ଗାଏବ୍ କରିଦେଇଛି । ଏଣିକି କମ୍ପାନୀର ୧୦ଟି ଶସ୍ତା ପ୍ଲାନ୍ସକୁ ଆଉ ଗ୍ରାହକମାନେ ଉପଭୋଗ କରିପାରିବେ ନାହିଁ । ୩୬୬୨ ଟଙ୍କିଆ, ୩୨୨୬, ୩୨୨୫ ଟଙ୍କିଆ ପ୍ଲାନ୍ସକୁ କମ୍ପାନୀର ରିମୁଭ୍ କରିଦେଇଛି । ଏହି ତିନୋଟି ପ୍ଲାନ୍ସ ୩୬୫ ଦିନର ଭାଲିଡିଟୀ ସହିତ ଆସୁଥିଲେ । ଏହି ପ୍ଲାନସରେ ଦୈନିକ ୨.୫ ଡିଜି ଡାଟା ସହିତ ସୋନିଲାଇଭ ଓ ଅନ୍ୟ ଓଟିଟି ପ୍ଲାଟଫର୍ମର ଏକ୍ସେସ ମିଳୁଥିଲା ।

ସେହିପରି କମ୍ପାନୀ ୨୯୯୯ ଟଙ୍କିଆ ପ୍ଲାନର ମୂଲ୍ୟ ବୃଦ୍ଧି କରି ୩୫୯୯ ଟଙ୍କା କରିଦେଇଛି । ୮୪ ଦିନିଆ ଭାଲିଡିଟୀ ଥିବା ୯୦୯ ଟଙ୍କିଆ ପ୍ଲାନକୁ ହଟାଇ ଦିଆଯାଇଛି । ସେହିପରି ୮୦୬ ଟଙ୍କିଆ ଓ ୮୦୫ ଟଙ୍କିଆ ଦୁଇଟି ପ୍ଲାନ୍ସକୁ ହଟାଇ ଦେଇଛି । ଏହି ଦୁଇ ପ୍ଲାନ୍ସ ଦୈନିକ ୨ ଜିବି ଡାଟା ସହିତ ୮୪ ଦିନର ଭାଲିଡିଟୀ ସହିତ ଆସୁଥିଲେ । ଏଥିସହିତ ୩୬୫ ଦିନର ବୈଧତା ଥିବା ୩୧୭୮ ଟଙ୍କିଆ, ୪୪୯୮ ଟଙ୍କିଆ ଓ ୩୨୨୭ ଟଙ୍କିଆ ପ୍ଲାନ୍ସକୁ ହଟାଇ ଦିଆଯାଇଛି । କମ୍ପାନୀ ୩୯୮, ୪୪୯୮ ଓ ୧୧୯୮ ଟଙ୍କିଆ ଜିଓ ଟିଭି ପ୍ରିମିୟମ ପ୍ଲାନ୍ସକୁ ମଧ୍ୟ ହଟାଇ ଦେଇଛି । ୩୩୧ ଟଙ୍କିଆ ପ୍ଲାନ ଏଣିକି ଆଉ ମିଳିବ ନାହିଁ ।

Get real time updates directly on you device, subscribe now.