Jio ତାଲିକାରେ ରହିବନି ଏହି ଶସ୍ତା ରିଚାର୍ଜ ପ୍ଲାନ, ଲମ୍ବା ଭ୍ୟାଲିଡିଟି ସହ ମିଳୁଛି ବହୁତ କିଛି

ସଙ୍ଗେ ସଙ୍ଗେ ରିଚାର୍ଜ କରନ୍ତୁ, ନଚେତ ପଳାଇବ ଜିଓର ଏହି ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଯଦି ଆପଣଙ୍କ ମୋବାଇଲରେ ରିଲାଏନ୍ସ ଜିଓର ସିମ ଅଛି ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ ଅଟେ । ଜିଓ ପାଖରେ ୪୯ କୋଟିର ୟୁଜର ଅଛନ୍ତି । ତେବେ ନିଜ ଉପଭୋକ୍ତାଙ୍କ ପାଇଁ କମ୍ପାନୀ ବେଳେ ବେଳେ ଅଫରର ରିଚାର୍ଜ ଆଣିଥାଏ । କିନ୍ତୁ ଏହାରି ମଧ୍ୟରେ ଜିଓର ଶସ୍ତା ରିଚାର୍ଜ ପ୍ଲାନ ହଟିବାକୁ ଯାଉଛି । ଆସନ୍ତୁ ଜାଣିବା..

ରିଲାଏନ୍ସ ଜିଓ ପକ୍ଷରୁ ୧୧ ଡିସେମ୍ବର ୨୦୨୪ରେ ୨୦୨୫ ଟଙ୍କାର ଏକ ନୂଆ ରିଚାର୍ଜ ପ୍ଲାନ ଜାରି କରାଯାଇଥିଲା । ଜିଓ ଏହି ପ୍ଲାନକୁ ଲିମିଟେଡ ଟାଇମ ଅଫର ପ୍ଲାନ ଭାବେ ଜାରି କରିଥିଲା । ଜିେଓ ଏହି ରିଚାର୍ଜ ପ୍ଲାନ ଖାସ୍ ଥିଲା । ଜିଓର ଏହି ପ୍ଲାନରେ ଗ୍ରାହକଙ୍କୁ ୨୦୦ ଦିନର ଲମ୍ବା ଭ୍ୟାଲିଡିଟି ମିଳିଥାଏ । ଜିଓର ଏହି ପ୍ରଥମ ରିଚାର୍ଜ ପ୍ଲାନ, ଯେଉଁଥିରେ ୬ ମାସରୁ ଅଧିକ ଭ୍ୟାଲିଡିଟି ଜାରି କରାଯାଇଥାଏ ।

ଜିଓ ଗ୍ରାହକଙ୍କ ପାଇଁ ଏହା ସବୁଠୁ ଭଲ ରିଚାର୍ଜ ପ୍ଲାନ । ଯାହାକୁ ଅଧିକ ଇଣ୍ଟରନେଟ ଡାଟାର ଆବଶ୍ୟକତା ଥାଏ, ଏହା ସେମାନଙ୍କ ପାଇଁ ସବୁଠୁ ଉତ୍ତମ ଅଟେ । ଜିଓ ଏଥିରେ ଗ୍ରାହକଙ୍କୁ ୨୦୦ ଦିନ ପାଇଁ ୫୦୦ଜିବି ଡାଟା ଅଫର କରିଥାଏ । ଅର୍ଥାତ ଆପଣ ଡେଲି ୨.୫ ଜିବି ପର୍ଯ୍ୟନ୍ତ ହାଇସ୍ପିଡ୍ ଡାଟା ବ୍ୟବହାର କରିପାରିବେ ।