fbpx

ବିହାରରେ ବଢିବ ସଂରକ୍ଷଣ, ୭୭ପ୍ରତିଶତ କୋଟା ପାଇଁ ଦାବି କରିଲା ବିହାରର ସହଯୋଗୀ ଦଳ

Advertisement

ପାଟନା: ବିହାରରେ ଏକ ମିଳିତ ଶାସନର ଅଂଶ ଭାହପା ମାଲେ ବିହାରର ସଂରକ୍ଷଣକୁ ୭୭ପ୍ରତିଶତ ବଢେଇବାକୁ ନେଇ ଦାବି କରିଛନ୍ତି । ରାଜ୍ୟ ସଚିବ କୁନାଲ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ କହିଛନ୍ତି ଯେ, ଝାଡଖଣ୍ଡ ପରି ବିହାରରେ ଚାକିରୀ କ୍ଷେତ୍ରରେ କୋଟା ୭୭ପ୍ରତିଶତ ବଢାଯାଉ । ତେଣୁ କୁନାଲ ଶନିବାର ଦିନ ଏକ ବୟାନରେ କହିଥିଲେ, ‘ଝାଡ଼ଖଣ୍ଡ ବିଧାନସଭା ଶୁକ୍ରବାର ଦିନ ସଂରକ୍ଷଣ ବଢାଇବା ପାଇଁ ଏକ ବିଲ ପାସ କରିଥିଲେ । ବିହାର ସରକାର ମଧ୍ୟ ଶୀତକାଳୀନ ଅଧିବେସନରେ ଏମିତି ଏକ ବିଲ ପାସ କରିବା ଦରକାର ।’

CPIML(L)ର ରାଜ୍ୟ ସଚିବ କୁନାଲ, ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ, ପ୍ରଥମରୁ ରାଜ୍ୟ ସରକାର ଚାକିରୀ କ୍ଷେତ୍ରରେ ଅନୁସୂଚିତ ଜାତି ବା ବିଭିନ୍ନ ପଛୁଆ ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ତେବେ ସଂରକ୍ଷଣ ବଢାଇବାର ଏହା ହେଉଛି ଉଚିତ ସମୟ । ଏଥିପାଇଁ ବିହାର ସରକାରଙ୍କୁ ଉଚିତ ପଦକ୍ଷେପ ନେବା ପାଇଁ ପଡିବ ।
କହିବାକୁ ଗଲେ ଶୁକ୍ରବାର ଦିନ ଏକ ବିଶେଷ ଅଧିବେଶନରେ ଝାଡ଼ଖଣ୍ଡ ବିଧାନସଭା ଝାଡ଼ଖଣ୍ଡ ସଂରକ୍ଷଣ ଅଧିନିୟମ ୨୦୦୧ର ଏକ ସଂଶୋଧନ ପାରିତ କରିଥିଲା । ଯେଉଁଥିରେ ଏସଟି ଏସସି, ଇବିସି,ଓବିସି ଏବଂ ଅର୍ଥିକ କ୍ଷେତ୍ରରେ ଯେଉଁମାନେ ପଛୁଆ ଅଛନ୍ତି ତାଙ୍କ ପାଇଁ ସରକାରୀ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବଢାଇ ଦେଇଛି ଝଡଖଣ୍ଡ । ଏହାପରେ ସେଠାରେ ସଂରକ୍ଷଣ ସୀମା ୬୦ପ୍ରତିଶତରୁ ବଢି ୭୭ପ୍ରତିଶତ ହୋଇଛି । ଝାଡଖଣ୍ଡରେ ସଂରକ୍ଷଣ ସୀମା ବଢିଯାଇଥିବା ହେତୁ ବର୍ତ୍ତମାନ ବିହାରର ସହଯୋଗୀ ଦଳ ଦାବି କରିଛନ୍ତି ଯେ, ଏପରି ସଂରକ୍ଷଣ ବିହାରରେ ମଧ୍ୟ କରାଯାଉ ।

ବିହାରର ଶୀତ ଅଧିବେଶନ ଆସନ୍ତା ଡିସେମ୍ବରରେ ହେବାକୁ ଯାଉଛି ତେବେ ୨୪୩ଟି ସଂସଦଙ୍କ ମଧ୍ୟରୁ ବିହାର ବିଦାନସଭାରେ ଭାକପା ମାଲେର ୧୨ଟି ବିଧାୟକ ଅଛନ୍ତି । କିନ୍ତୁ ବର୍ତ୍ତମାନ ଦେଖାଦେଇଛି ଯେ, ସହଯୋଗୀ ଦଳଙ୍କ ଦାବି ଉପରେ ମୁଖ୍ୟମନ୍ତ୍ରୀ ନିତିସ କୁମାର କି ପଦକ୍ଷେପ ନେଉଛନ୍ତି ତାହା ଅପେକ୍ଷା କରାଯାଇଛି ।

Get real time updates directly on you device, subscribe now.