fbpx
BSKY
BJD YOUTH SKY
BJD MS SKY

ରକ୍‌ଷ୍ଟାର କର୍ଟ କୋବେନ୍‌ଙ୍କ ୬ଟି କେଶ ୧୦ ଲକ୍ଷରେ ନିଲାମ,ପ୍ରଥମ ଆଲ୍‌ବମ ମୁକ୍ତିଲାଭର ୪ ମାସ ପୂର୍ବରୁ କର୍ଟ କାଟିଥିଲେ କେଶ

ବିଶ୍ୱର ଅନ୍ୟତମ ସବୁଠୁ ପ୍ରଭାବଶାଳୀ ରକ୍‌ଷ୍ଟାର କର୍ଟ କୋବେନ୍‌ । ୧୯୯୪ ମସିହାରେ ସେ ଇହ ଜଗତରୁ ବିଦାୟ ନେଇଥିଲେ ସତ, କିନ୍ତୁ ସମଗ୍ର ବିଶ୍ୱରେ ଆଜି ବି ତାଙ୍କର ଲକ୍ଷାଧିକ ପ୍ରଶଂସକ ଅଛନ୍ତି ।

ନିକଟରେ କର୍ଟ କୋବେନ୍‌ଙ୍କ ୬ଟି କେଶ ନିଲାମ ହୋଇଛି । କିନ୍ତୁ ଏହି ୬ଟି କେଶର ଲୋକପ୍ରିୟତା ହେଉଛି, ଲୋକେ ତାଙ୍କ କେଶ କିଣିବାକୁ ଲକ୍ଷାଧିକ ଟଙ୍କା ବ୍ୟୟ କରିବାକୁ ପଛାଇ ନାହାନ୍ତି ।

କର୍ଟ କୋବେନ୍‌ ଜଣେ ଆମେରିକୀୟ ଗାୟକ, ସଙ୍ଗୀତ ଲେଖକ, ଗିଟାର ବାଦକ ଏବଂ ନିର୍ବାଣ ବ୍ୟାଣ୍ଡର ଜଣେ ପ୍ରମୁଖ ସଦସ୍ୟ ଥିଲେ । ମାତ୍ର ୨୭ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଥିଲେ । ନିକଟରେ ତାଙ୍କର ୬ଟି କେଶ ୧୪୧୪୫ ଡଲାର ଅର୍ଥାତ ହାରାହାରି ୧୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏଇଟି ଏକ ସ୍ମରଣୀୟ ନିଲାମ ଥିଲା ।

ଏହି କେଶକୁ ଦୀର୍ଘ ବର୍ଷ ଧରିସାଇତି ରଖାଯାଇଥିଲା । ନିର୍ବାଣ ବ୍ୟାଣ୍ଡର ପ୍ରଥମ ଆଲ୍‌ବମ ମୁକ୍ତିଲାଭର ୪ ମାସ ପୂର୍ବରୁ କର୍ଟ କେଶ କଟାଇଥିଲେ । ତାଙ୍କ ଆଲ୍‌ବମ ସୁପର୍‌ହିଟ୍‌ ହେଲା ଏବଂ କର୍ଟ ରାତାରାତି ସୁପର୍‌ଷ୍ଟାର ପାଲଟିଗଲେ । ତା’ପରଠୁ ତାଙ୍କ ସହ ସଂଶ୍ଳିଷ୍ଟ ସବୁ କିଛି ବ୍ରାଣ୍ଡର ମାନ୍ୟତା ପାଇଲା । କର୍ଟଙ୍କ ବନ୍ଧୁ ଟେସା ଓସ୍‌ବର୍ନ ୧୯୮୯ ମସିହା ଅକ୍ଟୋବର ମାସରେ ଇଂଲଣ୍ଡରେ ତାଙ୍କର କେଶ କାଟିଥିଲେ । ଗତ ବର୍ଷ ଜୁନ୍‌ ମାସରେ କର୍ଟଙ୍କ ପ୍ରସିଦ୍ଧ ଗିଟାର ନିଲାମ ହୋଇଥିଲା ।

ସେଇଟି ୧-୨ ମିଲିଅନ୍‌ ଡଲାରରେ ନିଲାମ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ତାହା ୬ ମିଲିଅନ୍‌ ଡଲାର ବା ହାରାହାରି ୪୪ କୋଟିରେ ନିଲାମ ହୋଇ ରେକର୍ଡ ସୃଷ୍ଟି କଲା । ଏହି ରେକର୍ଡ ସହ କର୍ଟଙ୍କ ଗିଟାର ବିଶ୍ୱର ସବୁଠୁ ମହଙ୍ଗା ଗିଟାର ବୋଲି ପ୍ରମାଣିତ ହେଲା । ସେତିକି ନୁହେଁ, ଗତ ବର୍ଷ ଗୋଲ୍ଡିନ୍‌ ନିଲାମ ଘରେ ଏକ ଇନ୍‌ସ୍ୟୁରାନ୍ସ ଚିଠି ନିଲାମ ହୋଇଥିଲା ।

ଉକ୍ତ ଚିଠିରେ କର୍ଟ କୋବେନ୍‌ଙ୍କ ପୂର୍ଣ୍ଣ ହସ୍ତାକ୍ଷର ଥିଲା, ଯାହା ଖୁବ୍‌ ବିରଳ ଦେଖାଯାଏ । ଏହି କ୍ରମରେ ଚିଠିଟି ଅତ୍ୟନ୍ତ ବିରଳ ସ୍ମାରକ ପାଲଟିଗଲା । ସେଇଟି ୧୩ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା । କର୍ଟ କୋବେନ୍‌ ୧୯୮୭ରେ ନିର୍ବାଣ ବ୍ୟାଣ୍ଡ ଆରମ୍ଭ କରିଥିଲେ

ଜୀବନର ଅନ୍ତିମ ଦିନମାନଙ୍କରେ ସେ ହେରୋଇନ ଡ୍ରଗ୍‌ ଓ ଅବସାଦର ଶିକାର ହୋଇଥିଲେ । ୨୭ ବର୍ଷ ବୟସରେ ମୃତ୍ୟୁ ପୂର୍ବରୁ ସଙ୍ଗୀତ କ୍ଷେତ୍ରରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ ରକ୍‌ଷ୍ଟାର ଭାବେ ସେ ପରିଚିତ ହୋଇସାରିଥିଲେ ।

Get real time updates directly on you device, subscribe now.