fbpx

ପୁଟିନଙ୍କ ଶକ୍ତି ଆଗରେ ହାର ମାନିଲେ ବିଦ୍ରୋହୀ: କ୍ୟାମ୍ପକୁ ଫେରିଲେ ବିଦ୍ରୋହୀ, କହିଲେ ୟୁକ୍ରେନରେ ଯୁଦ୍ଧ ଜାରି ରହିବ

ନୁଆଦିଲ୍ଲୀ: ଋଷରେ ଦେଖା ଦେଇଥିବା ବିଦ୍ରୋହ ପୁଟିନଙ୍କ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛନ୍ତି । ଘରୋଇ ସେନା ସଂଗଠନ ବିଦ୍ରୋହ କରିବା ପରେ ପୁଟିନ୍ ଏକ ବଡ଼ ସଙ୍କଟ ମଧ୍ୟରେ ଫସିବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା । କିନ୍ତୁ ପୁଟିନ୍ କୌଶଳକ୍ରମେ ବିଦ୍ରୋହିଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି । ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶଂକେଙ୍କ ମଧ୍ୟସ୍ତତା ପରେ ୱାଗନର୍ ମୁଖ୍ୟ କ୍ୟାମ୍ପକୁ ଫେରିବାକୁ ନିଷ୍ପତି ନେଇଛନ୍ତି । ଶନିବାର ଋଷର ଏହି ପ୍ରାଇଭେଟ୍ ଆର୍ମି ମସ୍କୋ ଉପରେ କବଜା କରିବା ପାଇଁ ୨୫ ହଜାର ସୈନ୍ୟଙ୍କୁ ନେଇ ବିଦ୍ରୋହ କରିଥିଲେ ।

ବିଦ୍ରୋହ ମାମଲାରେ ୟେଭେଗେନି ପ୍ରିଗୋଜିନ୍‌ଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରତ୍ୟାହାର କରାଯିବ ଏବଂ ତାଙ୍କ ସହ ଯୋଗ ଦେଇଥିବା ସୈନିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କ୍ରେମଲିନ୍ ସ୍ପଷ୍ଟ କରିଛି । ଏହା ସହିତ, ବିଦ୍ରୋହରେ ଅଂଶଗ୍ରହଣ କରିନଥିବା ୱାଗନର୍ ଗ୍ରୁପ୍ ର ଯୋଦ୍ଧାମାନଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଚାକିରି ଚୁକ୍ତି ଦିଆଯିବ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପୁଟିନ କ୍ଷମତାରେ ଅଛନ୍ତି । ସଙ୍କଟ ହ୍ରାସ କରିବାକୁ ସରକାର ଏହି ଚୁକ୍ତିନାମାକୁ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.