fbpx

Video: ସୁରକ୍ଷିତ ହେଉଛି ଶିମିଳିପାଳ ଅଭୟାରଣ୍ୟ, ନିର୍ଭୟରେ ରାଜ କରୁଛି ଜଙ୍ଗଲର ରାଜା

ବାରିପଦା : ଧୀରେ ଧୀରେ ବୃଦ୍ଧି ପାଉଛି ଶିମିଳିପାଳରେ ମହାବଳ ବାଘ ସଂଖ୍ୟା । ସୁରକ୍ଷିତ ଏବଂ ସ୍ୱଭାବିକ ହେଉଛି ଶୀମିଳିପାଳ ଅଭୟାରଣ୍ୟ । ବାଘର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥିବା ବେଳେ ଏବେ ଘଞ୍ଚ ଜଙ୍ଗଲରେ ଏକ ବାଘୁଣୀ ତାର ୪ଟି ଶାବକକୁ ଧରି ନିର୍ଭୟରେ ବିଚରଣ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଦକ୍ଷିଣ ଡିଭିଜନ ପକ୍ଷରୁ ୧ମିନିଟ ୫୨ ସେକେଣ୍‌ତର ଏକ ଭିଡିଓ ଫୁଟେଜ ଏନଟିସିଏ, ପିସିସିଏଫ ଓଡ଼ିଶାଙ୍କ ସମେତ ଦୁଇଜଣ ଆଇଏଏଫଏସ ଅଫିସରଙ୍କୁ ଟୁଇଟ କରାଯିବା ପରେ ଏହାକୁ ବହୁଳ ମାତ୍ରାରେ ବନ୍ୟପ୍ରାଣୀ ପ୍ରେମୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । କିଛି ମାସ ହେବ ଅବାଧ ବନ୍ୟଜନ୍ତୁ ଶିକାରକୁ ଅଟକାଇବା ପାଇଁ ବନ ବିଭାଗ ଓ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଯାହାଫଳରେ ବାଘ ଓ ଅନ୍ୟ ବନ୍ୟଜନ୍ତୁ ଶିମିଳିପାଳରେ ସ୍ୱଚ୍ଛନ୍ଦରେ ବିଚରଣ କରୁଛନ୍ତି । ବର୍ତ୍ତମାନ ଶିମିଳିପାଳରେ ୨୦ଟି ମହାବଳ ବାଘ ରହିଥିବାର ଜାତୀୟ ବ୍ୟାଘ୍ର ଗଣନା ରିପୋର୍ଟରୁ ଜଣାପଡିଛି ।

Get real time updates directly on you device, subscribe now.