୧୮ ବର୍ଷ ପରେ ComeBack: ‘ମେ ଖିଲାଡି ତୁ ଅନାଡି’ର ସୁପରହିଟ ଯୋଡ଼ି ବଡ଼ ପରଦାରେ ଏକାଠି ଆସିବେ ନଜର
ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। 'ଟଶନ' ସେମାନଙ୍କର ଶେଷ ଫିଲ୍ମ ଥିଲା।
ମୁମ୍ବାଇ: ‘ଜଲି ଏଲଏଲବି 3’ର ଚର୍ଚ୍ଚା ଭିତରେ ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମରେ ଦର୍ଶକ ୧୮ ବର୍ଷ ପରେ ଅକ୍ଷୟଙ୍କ ସହ ସୈଫ ଅଲ୍ଲୀ ଖାନଙ୍କୁ ବଡ଼ ପରଦାରେ ଏକାଠି ଦେଖିବେ। ନିକଟରେ ଅକ୍ଷୟ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ସୈଫଙ୍କ ସହ ସୁଟିଂ ଆରମ୍ଭ କରୁଥିବାର ଦେଖାଯାଇଥିଲା।
‘ହୈୱାନ’ର ସୁଟିଂ ଆରମ୍ଭ
ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନ ୧୮ ବର୍ଷ ପରେ ପ୍ରିୟଦର୍ଶନଙ୍କ ଫିଲ୍ମ ‘ହୈୱାନ’ରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ଯାହାର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଅକ୍ଷୟ କୁମାର ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁଟିଂର ପ୍ରଥମ ଦିନର ଭିଡିଓ ସେୟାର କରିଛନ୍ତି।
ଉତ୍ସାହିତ ଏବଂ ଖୁସି
ଭିଡିଓରେ, ସେ ସୈଫ ଅଲ୍ଲୀ ଖାନ ଏବଂ ପ୍ରିୟଦର୍ଶନଙ୍କ ସହ ଆଲୋଚନା କରୁଥିବାର ଦେଖାଯାଇଛନ୍ତି। ଅକ୍ଷୟଙ୍କ ହାତରେ ଫିଲ୍ମର ନାମ ଥିବା ଏକ ସ୍ଲେଟ୍ ମଧ୍ୟ ଦେଖାଯାଉଛି।
ଭିଡିଓ ସେୟାର କରି ଅକ୍ଷୟ ଲେଖିଛନ୍ତି ଅକ୍ଷୟ ଏହି ଭିଡିଓକୁ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ‘ଆମେ ସମସ୍ତେ ଟିକେ ସୈତାନ। କେତେକ ବାହାରୁ ସନ୍ଥ, ଭିତରେ ସୈତାନ।’ ଆଜି ମୋର ପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ‘ହୈୱାନ’ର ସୁଟିଂ ଆରମ୍ଭ କରିଛି। ପ୍ରାୟ 18 ବର୍ଷ ପରେ ସୈଫଙ୍କ ସହ କାମ କରିବାକୁ ମୁଁ ବହୁତ ଉତ୍ସାହିତ ଏବଂ ଖୁସି।
‘ଟଶନ’ରେ ଏକାଠି ହୋଇଥିଲେ
ଅକ୍ଷୟ ଏବଂ ସୈଫ ‘ମେ ଖିଲାଡି ତୁ ଅନାଡି’, ‘ୟେ ଦିଲ୍ଲଗୀ’, ‘ତୁ ଚୋର ମେଁ ସିପାହୀ’, ‘କୀମତ’ ଏବଂ ‘ଟଶନ’ ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି। ‘ଟଶନ’ ସେମାନଙ୍କର ଶେଷ ଫିଲ୍ମ ଥିଲା।
ଅକ୍ଷୟ ଖୁବ୍ ଶୀଘ୍ର ‘ଜଲି ଏଲଏଲବି 3’ରେ ନଜର ଆସିବେ। ଏହି ଫିଲ୍ମଟି ଆସନ୍ତା ମାସ 19 ତାରିଖରେ ରିଲିଜ୍ ହେବାକୁ ଯାଉଛି। ଏଥିରେ ତାଙ୍କ ସହିତ ଅରଶଦ ୱାର୍ସି ନଜରକୁ ଆସିବେ।