‘Ex ୱାଇଫ କୁହନ୍ତୁନି’, ଏଆର ରେହମାନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ସାୟରା ବାନୋଙ୍କ ପ୍ରତିକ୍ରିୟା

ସିଙ୍ଗର AR ରେହମାନ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ପତ୍ନୀ ସାୟରା ବାନୋଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ମ୍ୟୁଜିକ୍ କମ୍ପୋଜର ଏବଂ ସିଙ୍ଗର ଏଆର ରେହମାନଙ୍କୁ ନେଇ ରବିବାର ସକାଳେ ଏଭଳି ଏକ ଖବର ଆସିଥିଲା, ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ଚିନ୍ତାରେ ପଡ଼ିଯାଇଥିଲେ।

ସେ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ରେହମାନଙ୍କର କିଛି ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଦେଇଥିଲେ।

ରେହମାନଙ୍କ ପରିବାର ଲୋକଙ୍କଠାରୁ ମିଳିଥିବା ଖବର ଅନୁଯାୟୀ, ରେହମାନ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଏହାରି ମଧ୍ୟରେ ରେହମାନଙ୍କ ସ୍ତ୍ରୀ ସାୟରା ବାନୋଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ଗତବର୍ଷ ଏଆର ରେହମାନ ଏବଂ ତାଙ୍କ ପତ୍ନୀ ସାୟରା ବାନୋ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେମାନଙ୍କର ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଛାଡ଼ପତ୍ର ହୋଇନାହିଁ।

ତେବେ ରେହମାନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ତାଙ୍କ ସ୍ତ୍ରୀ ସାୟରା ପ୍ରାର୍ଥନା କରିଛନ୍ତି। ତାଙ୍କ ପକ୍ଷରୁ ତାଙ୍କ ଓକିଲ ବନ୍ଦନା ଶାହ କହିଛନ୍ତି ଯେ, ମୁଁ ତାଙ୍କ ଦେହ ଖୁବଶୀଘ୍ର ଭଲ ହୋଇଯିବା ପାଇଁ ମୁଁ କାମନା କରୁଛି।

ରେହମାନଙ୍କ ସହ ସଂପର୍କ ବିଷୟରେ ମଧ୍ୟ ସାୟରା ଅହୁରି କହିଛନ୍ତି , “ସେମାନଙ୍କର ଅଫିସିଆଲ ଭାବେ କୌଣସି ଛାଡ଼ପତ୍ର ହୋଇନାହିଁ। ସାୟରା କହିଛନ୍ତି ଯେ, ମୁଁ ଏହା ମଧ୍ୟ କହିବାକୁ ଚାହୁଁଛି ଯେ, ଆମର ଅଫିସିଆଲ ଭାବେ ଛାଡ଼ପତ୍ର ହୋଇନାହିଁ। ଆମେ ଏବେ ବି ସ୍ୱାମୀ-ସ୍ତ୍ରୀ ଅଛୁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ସେମାନେ ମୋତେ ଏକ୍ସ ୱାଇଫ୍ କୁହନ୍ତୁ ନାହିଁ।”