fbpx

‘ହାପି ବାର୍ଥଡେ କ୍ୟାପଟେନ ସାହେବ..’, MSDଙ୍କୁ ଏହି ଖାସ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସଲମାନ ଖାନ

ନୂଆଦିଲ୍ଲୀ: ଆଜି ପୂର୍ବତନ ଭାରତୀୟ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀଙ୍କ ୪୩ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଥିଏଟର୍ସରେ ଶୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଏମ ଏସ ଧୋନୀ’ ମଧ୍ୟ ରିଲିଜ ହେବ । ସୋସିଆଲ ମିଡିଆ ୟୁଜର୍ସ ମାହିଙ୍କୁ ଲଗାତାର ଜନ୍ମଦିନର ଶୁଭେଚ୍ଛାମାନ ଦେଉଛନ୍ତି । ବର୍ତ୍ତମାନ ବଲିଉଡ ଆକ୍ଟର ସଲମାନ ଖାନ ମହେନ୍ଦ୍ର ସିଂ ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ମାହିଙ୍କ ସହ ଫଟୋ ସେୟାର କରିଛନ୍ତି ।

ସୋସିଆଲ ମିଡିଆ ଫଟୋରେ ମାହିଙ୍କ ପାଖରେ ସଲମାନ ଖାନ ବ୍ଲାକ ସାର୍ଟ ଏବଂ ନିଜ ଖାସ ଡେନିମ୍ସ ପିନ୍ଧିଛନ୍ତି । ମହେନ୍ଦ୍ର ସିଂହ ଧୋନୀ ପ୍ରଥମେ କେକ କାଟିବା ପରେ ସଲମାନ ଖାନ କହିଲେ ସାକ୍ଷୀଙ୍କୁ ଖୁଆଇବା ପାଇଁ ଧୋନୀଙ୍କୁ କହିଛନ୍ତି । ଏହାପରେ ମାହି ଭାଇଜାନଙ୍କ ମୁହଁ ମିଠା କରିଛନ୍ତି । ଏହା ବ୍ୟତୀତ ମାହିଙ୍କ ବାର୍ଥ ଡେରେ ଅନେକ ଲୋକପ୍ରିୟ ଷ୍ଟାର ନଜର ଆସିଛନ୍ତି । ତେବେ ସଲମାନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହା ବ୍ୟତୀତ ସୋସିଆଲ ମିଡିଆ ୟୁଜର୍ସ ଲଗାତାର କମେଣ୍ଟଓ କରି ନିଜର ପ୍ରତିକ୍ରିୟା ଦେଇଚାଲିଛନ୍ତି ।

 

View this post on Instagram

 

A post shared by Salman Khan (@beingsalmankhan)

Get real time updates directly on you device, subscribe now.