fbpx

ରାଜ୍ୟ ଖଦି ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ ପାଇକରାୟ

ଭୁବନେଶ୍ୱର: ଓଡିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗ ବୋର୍ଡର ସଭାପତି ପଦରୁ ଆଜି ସଂଗ୍ରାମ କେଶରୀ ପାଇକରାୟ ଇସ୍ତଫା ଦେଇଛନ୍ତି । ସେ ପ୍ରଥମେ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗରେ ୩୧ ଆଗଷ୍ଟ ୨୦୧୯ ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଇନଚାର୍ଜ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ।

ସେ ଏହି ବିଭାଗରେ ଥିବାବେଳେ ତାଙ୍କ ସମୟରେ ଖଦି ବୋର୍ଡର ଅନେକ ଜବରଦଖଲ ହୋଇଥିବା ସ୍ଥାନ ଗୁଡିକୁ ଜବରଦଖଲ ମୁକ୍ତ କରିଥିଲେ । ଏଥିସହ ୩ ହଜାରରୁ ଅଧିକ ଯୁବପିଢିଙ୍କୁ ଗ୍ରାମ୍ୟ ଉଦ୍ୟୋଗ ମାଧ୍ୟମରେ ଋଣ ପ୍ରଦାନ କରିବାରେ ସହାୟତା ପ୍ରଦାନ କରିଥିଲେ ଓ ମହୁଚାଷୀଙ୍କ ଲାଗି ଅନେକ ଆବଶ୍ୟକୀୟ ଉପକରଣ ପ୍ରଦାନ କରିବାରେ ସହାୟକ ହୋଇଥିଲେ । ସେହିପରି ସେ ନବୀନ ପଟ୍ଟନାୟଙ୍କର ସରକାର ଥିବା ସମୟରେ ୨ ଥର ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗର ଦାୟିତ୍ୱ ତୁଲାଇଥିଲେ । ଶ୍ରୀ ପାଇକରାୟ ତାଙ୍କର ଇସ୍ତଫା ପତ୍ର ଆଇଏମଏସଏମଇ ବିଭାଗ ନିକଟକୁ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.