ମହିଳା ହୋଇ ମଧ୍ୟ ବ୍ୟବହାର କରିବାକୁ ପଡ଼ିବ ପୁରୁଷଙ୍କ ବାଥରୁମ୍! Toilet ପାଇଁ ହଟହଟା ଟ୍ରାନ୍ସଜେଣ୍ଡର ସାଂସଦ

ୱାଶିଂଟନ: ଆମେରିକାର ବହୁ ପ୍ରତିକ୍ଷିତ ରାଷ୍ଟ୍ରପତି ନିର୍ବାଚନ ନିକଟରେ ସରିଛି । ବହୁ ଭୋଟରେ ଡୋନାଲ୍ଡ ଟ୍ରମ୍ପ ବିଜୟ ଲାଭ କରିଛନ୍ତି । ଟ୍ରମ୍ପଙ୍କ ବିଜୟକୁ ନେଇ ଆମେରିକା ରାଜନୀତି ଯେତେ ଚର୍ଚ୍ଚିତ ଥିଲା ତା’ଠାରୁ ଅଧିକ ରୋଚକ ଥିଲା ପ୍ରଥମ ଥର ଲାଗି ଜଣେ ଟ୍ରାନ୍ସଜେଣ୍ଡର ସାଂସଦ ପ୍ରାର୍ଥୀ ନିର୍ବାଚନରେ ଜିତିବା । ଏହି ଟ୍ରାନ୍ସଜେଣ୍ଡର ମହିଳା ସାଂସଦଙ୍କ ନାଁ ସାରା ମେକବ୍ରାଇଡ । ନିର୍ବାଚନ ସମୟରେ ସାରାଙ୍କୁ ନେଇ ବହୁ ଆଲୋଚନା ହୋଇଥିଲା । କିନ୍ତୁ ଏବେ ତାଙ୍କୁ ଟଇଲେଟ ବ୍ୟବହାରକୁ ନେଇ ହଟହଟା ହେବାୁକ ପଡ଼ିଛି । ସେ ମହିଳାଙ୍କ ବାଥରୁମ୍ ବ୍ୟବହାର କରନ୍ତୁ ବୋଲି ପ୍ରତିବାଦ କରିଛନ୍ତି କିଛି ଅନ୍ୟ ମହିଳା ସାଂସଦ ।

ପୁଅ ଭାବେ ଜନ୍ମ ହୋଇଥିବା ସାରା ପରବର୍ତ୍ତି ସମୟରେ ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଛନ୍ତି । ଡେମୋକ୍ରାଟିକ ପାର୍ଟିର ସାରାଙ୍କୁ ଆମେରିକୀୟ ସଂସଦ ଟଏଲେଟ ବ୍ୟବହାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାରା ଜଣେ ଟ୍ରାନ୍ସ ଜେଣ୍ଡର ହେବା କାରଣରୁ ସେ ମହିଳାଙ୍କ ୱାସ୍ରୁମ୍ ବ୍ୟବହାର କରିପାରିବେ ନାହିଁ ବୋଲ କହିଛନ୍ତି ରିପବ୍ଲିକାନ ପାର୍ଟିର ନେନ୍ସି ସେମ । ଏ ନେଇ ସଂସଦରେ ଏକ ପ୍ରସ୍ଥାବ ମଧ୍ୟ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ମହିଳାମାନଙ୍କ ପାଇଁ ସଂସଦରେ ଥିବା ବାଥରୁମ, ଚେଞ୍ଜିଂରୁମ୍ ଏବଂ ଲକର କେବଳ ମହିଳାହିଁ ବ୍ୟବହାର କରୁପାରିବେ । ବିଶେଷ କରି ଯେଉଁମାନେ ଜନ୍ମରୁ ହିଁ ମହିଳା ସେମାନେ ହିଁ ବ୍ୟବହାର କରିବା ଉଚିତ୍ । ଯଦି କୌଣସି ଟ୍ରାନ୍ସଜେଣ୍ଡର ମହିଳାଙ୍କ ୱାସରୁମ ବ୍ୟବହାର କରନ୍ତି ତେବେ ମହିଳାଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେବାର ଆଶଙ୍କା ରହିଛି । ଏ ସମ୍ପର୍କରେ ସାରାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ରିପ୍ରେଜେଣ୍ଟେଟିଭ ସ୍ପିଟର ମାଇକ ଜନସନଙ୍କୁ ଖବରଦାତାମାନେ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି, ନେନ୍ସଙ୍କ ପ୍ରସ୍ଥାବ ସମ୍ପର୍କରେ ହାଉସରେ ଆଲୋଚନା ହେବ । ଯାହା ସପକ୍ଷରେ ଅଧିକ ସଦସ୍ୟ ଯିବେ ସେହି ନିଷ୍ପତ୍ତି ହିଁ ନିଆଯିବ ।