fbpx

ସେଲଫି ବିଗାଡ଼ିପାରେ ଆପଣଙ୍କର ସୁନ୍ଦର ଚେହେରା, ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ ରିପୋର୍ଟ

Advertisement

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ବର୍ତ୍ତମାନ ସେଲଫି ବାୟାରେ ବହୁଳ ଭାବରେ ବାୟା । ଅନେକ ସମୟରେ ସେଲଫି ନେବା ସମୟରେ କିଛି ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ତେବେ ନିକଟରେ ସେଲଫିକୁ ନେଇ ଏକ ଭୟଙ୍କର ରିପୋର୍ଟ ହସ୍ତଗତ ହୋଇଛି । ସେଲଫି ଆପଣଙ୍କର ମୁହଁକୁ ବିଗାଡ଼ିବା ସହିତ ନାକକୁ ଲମ୍ବା ଓ ଚଉଡ଼ା କରିଦେଉଛି । ଆମେରିକାର ୟୁନିଭରସିଟି ଅଫ୍ ସାଉଥୱେଷ୍ଟନ ମେଡିକାଲ ସେଣ୍ଟରର ଏକ ଷ୍ଟଡିରୁ ଏହି ଖୁଲାସା ହୋଇଛି ।

ରିପୋର୍ଟ ମୁତାବକ, ଯଦି ଜଣେ ବ୍ୟକ୍ତି ୩୦ ସେମି ଦୂରତାରୁ ସେଲଫି ନିଏ, ତେବେ ଏ କ୍ଷେତ୍ରରେ ଉକ୍ତ ବ୍ୟକ୍ତିଙ୍କ ନାକ ବାସ୍ତବ ଆକାରଠାରୁ ୬.୪ ପ୍ରତିଶତ ଲମ୍ବା ଦେଖାଯାଇଥାଏ । ସେହିପରି ଯଦି ଜଣେ ୪୫ ସେମି ଦୂରତାରୁ ସେଲଫି ନିଏ ସେ କ୍ଷେତ୍ରରେ ନାକ ବାସ୍ତବ ଆକାରଠାରୁ ୪.୩ ପ୍ରତିଶ ଲମ୍ବା ଦେଖାଯାଇଥାଏ । ଏହାର ଅର୍ଥ ହେଉଛି ସେଲଫି ଆପଣଙ୍କର ଚେହେରାକୁ ଫଟୋରେ ଖରାପ କରିଦେଇଥାଏ । ଏହାଛଡ଼ା ଆପଣଙ୍କର ମୁହଁର ଥୋଡ଼ିର ଫଟୋ ମଧ୍ୟ ସେଲଫିରେ ବଦଳି ଯାଇଥାଏ ।

ଯଦି ଆପଣ ୩୦ ସେମି ଦୂରତାରୁ ସେଲଫି ନିଅନ୍ତି, ତେବେ ଆପଣଙ୍କର ଥୋଡ଼ି ୧୨ ପ୍ରତିଶତ କମ୍ ଲମ୍ବା ଦେଖାଯାଏ । ସେହିପରି ଯଦି ସେଲଫି ୪୫ ସେମି ଦୂରତାରୁ ନିଆଯାଏ, ତେବେ ଥୋଡ଼ି ୧୭ ପ୍ରତିଶତ କମ୍ ଲମ୍ବା ଦେଖାଯାଏ । ବାସ୍ତବରେ ଆମେ ଆମର ହାତର ଲମ୍ବା ଦୂରତାରେ ରହି ସେଲଫି ନେଇଥାଉ । ସେଲଫି ଆମର ଶରୀରକୁ ବିଗାଡ଼ି ଦେଉଥିବା ନେଇ ଅନେକ ଦେଶରେ ଲୋକମାନେ ଅଧିକ ଚିନ୍ତିତ ରହିଛନ୍ତି । ବ୍ରିଟେନରେ ଅନେକ ଲୋକ ନିଜର ନାକର ସର୍ଜରୀ କରିବାକୁ ମଧ୍ୟ ଆଗେଇ ଆସିଛନ୍ତି । ତେବେ ଅସଲ କଥା ହେଉଛି, ସେଲଫି ଅନେକ ସମୟରେ ମିଛ କହିଥାଏ । ସେଲଫିକୁ ନେଇ ଆମ ମନରେ ଥିବା ଭ୍ରମାତ୍ମକ ଧାରଣାକୁ ଦୂରେଇବା ନିହାତି ଜରୁରୀ । ସେଲଫି ଦ୍ୱାରା ଆମେ ଆମର ଫଟୋକୁ ସିନା ଆକର୍ଷଣୀୟ କରିପାରିବା, କିନ୍ତୁ ହୃଦୟ ଭିତରେ ବସିଥିବା ହୀନ ଭାବନାକୁ ନୁହେଁ ।

Get real time updates directly on you device, subscribe now.