ଜଙ୍ଗଲରେ ଭୟଙ୍କର ନିଆଁ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ସିଓଲ,୨୩ା୩: ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ଆୟତ୍ତ କରିବାକୁ ନାକେଦମ୍ ହୋଇଗଲେଣି ଅଗ୍ନିଶମ କର୍ମଚାରୀ । ଏପରି ନିଆଁ ଲାଗିଛି ଦକ୍ଷିଣକୋରିଆ ଜଙ୍ଗଲରେ ।ଦକ୍ଷିଣ କୋରିଆର ଦକ୍ଷିଣ-ପୂର୍ବାଞ୍ଚଳରେ ଭୟଙ୍କର ବନାଗ୍ନି ଯୋଗୁ ଅତିକମ୍‍ରେ ୪ ଜଣଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିବା ପରେ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଦକ୍ଷିଣ କୋରିଆର ଜଙ୍ଗଲ ବିଭାଗ ସମ୍ପୃକ୍ତ ଅଞ୍ଚଳର ୧୨ଟି ସ୍ଥାନରେ ଅଗ୍ନି ସତର୍କତା ଜାରି କରିଛି। ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ପ୍ରଶାସନ ପକ୍ଷରୁ ବହୁସଂଖ୍ୟାରେ ନିଆଁ ଲିଭା ଗାଡ଼ି ଓ ଯବାନମାନଙ୍କୁ ମୁତୟନ କରାଯାଇଛି

 

South Korea wildfires: The fires are ravaging the country at a time when South Korea is undergoing some of its greatest political turbulence in decades, triggered by President Yoon Suk Yeol’s short-lived martial law declaration in December.(AP)

ପ୍ରବଳ ଧୂଆଁ ସହ ପ୍ରବଳ ପବନ ହେଉଥିବାରୁ ନିଆଁ ବ୍ୟାପିଥିଲା । ଯାହା ଫଳରେ ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ନିଆଁକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଥିଲା। ଦକ୍ଷିଣ ଗ୍ୟୋଙ୍ଗସାଙ୍ଗ ପ୍ରଦେଶରେ ଶୁକ୍ରବାର ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଶନିବାର ଅପରାହ୍ନ ସୁଦ୍ଧା ୨୭୫ ହେକ୍ଟର (୬୮୦ ଏକର) ଅଞ୍ଚଳକୁ କବଳିତ କରିଥିଲା । ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ସମୟରେ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ଜୀବନ ଯାଇଛି । ଅଧିକାରୀଙ୍କ ସଚନା ଅନୁଯାୟୀ ୨୦୦ରୁ ଅଧିକ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି ।