fbpx

ପ୍ରଥମେ ବନ୍ଧୁତା, ତା’ପରେ ରୁମକୁ ଡାକନ୍ତି, ଯିଏ ଗଲା ସିଏ ଫସିଲା; ବିହାରରେ ସେକ୍ସଟର୍ସନ ଗ୍ୟାଙ୍ଗର ଖୁଲାସା

ନୂଆଦିଲ୍ଲୀ: ବିହାରର କିଶନଗଞ୍ଜ ଜିଲ୍ଲାରେ ସେକ୍ସଟର୍ସନ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଯେଉଁଥିରେ ସମ୍ପୃକ୍ତ ଝିିଅମାନେ ପ୍ରଥମେ ପୁଅମାନଙ୍କ ସହିତ ବନ୍ଧୁତା କରନ୍ତି, ପ୍ରେମ ସମ୍ପର୍କ ରଖନ୍ତି ଏବଂ ପରେ ସେମାନଙ୍କୁ ରୁମକୁ ଡାକନ୍ତି । ଏହା ପରେ ସେ ନିଜ ଗ୍ୟାଙ୍ଗରେ ସମ୍ପୃକ୍ତ ଯୁବକମାନଙ୍କ ଦ୍ୱାରା ଧରାପକାଇଦିଅନ୍ତି ।

ସେମାନେ ନଗ୍ନ ଭିଡିଓ ଭାଇରାଲ ହେବ ବୋଲି ଧମକ ଦେଇ ଯୁବକମାନଙ୍କଠାରୁ ବିପୁଳ ଟଙ୍କା ଲୁଟି ନିଅନ୍ତି । ଏହିପରି ଭାବରେ ଏହି ଗ୍ୟାଙ୍ଗ ଅନେକ ଲୋକଙ୍କୁ ଫାଶରେ ପକାଇ ସାରିଛି । ବିପୁଳ ପରିମାଣର ଟଙ୍କା ରୋଜଗାର କରିଛନ୍ତି ।

ଏହି ଗ୍ୟାଙ୍ଗରେ ଦୁଇଜଣ ଝିଅ ଜଡିତ ଥିବାବେଳେ ସେମାନେ ଗ୍ରାହକଙ୍କୁ ରୁମକୁ ଡାକନ୍ତି, ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରନ୍ତି । ଯୁବକମାନଙ୍କ ନଗ୍ନ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲିଂର ଖେଳ ଆରମ୍ଭ ହୁଏ । ଏହି ବେଆଇନ ବ୍ୟବସାୟ ଏକ ଭଡା ଘରେ ଚାଲିଥିଲା ।

ଦୁଇ ଝିଅ ଜେବା ଏବଂ ନାଜମିନଙ୍କ ବ୍ୟତୀତ ଅସଗର ଏବଂ ଅନୱାର ଏହି ଗ୍ୟାଙ୍ଗରେ ସାମିଲ । ପୀଡିତ ପୋଲିସ ନିକଟରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା । ସେପ୍ଟେମ୍ବର ୨୧ ରେ କିଶନଗଞ୍ଜ ସଦର ପୋଲିସ ଷ୍ଟେସନରେ ୬ ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା । ଯେଉଁଥିରେ ପୀଡିତ କିଛି ଲୋକଙ୍କୁ ଜବରଦସ୍ତ ଟଙ୍କା ନେଇଥିବାର ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରିସାରିଛି ।

ଭିଡିଓ ଭାଇରାଲ ହେବା ନେଇ କିଶନଗଞ୍ଜ ଏସପି ପୋଲିସକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ଏସପି ସାଗର କୁମାର କହିଛନ୍ତି ଯେ ସେପ୍ଟେମ୍ବର ୨୧ ରେ ସଦର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଛି । ବର୍ତ୍ତମାନ ୬ ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ।

ସମସ୍ତଙ୍କୁ ନୋଟିସ କରାଯାଉଛି । ଏହି ମାମଲାର ତଦାରଖ କରିବାକୁ ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ତଥ୍ୟକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି । ମାମଲାର ତଦନ୍ତ ଦ୍ରୁତ ଗତିରେ କରାଯାଉଛି । ଯିଏ ଦୋଷୀ ସାବ୍ୟସ୍ତ ହେବ, ତା’ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭିଡିଓ ପ୍ରସାରଣ ନକରିବାକୁ ଏସପି ନିବେଦନ କରିଛନ୍ତି । ଏହା ଆଇନଗତ ନୁହେଁ ।

Get real time updates directly on you device, subscribe now.