fbpx

ଦେଶର କୃଷକମାନଙ୍କ ମାସିକ ଆୟ ଏତିକି ଟଙ୍କା, କୃଷିମନ୍ତ୍ରୀ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: କୃଷକମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ବିଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ଦେଶରେ କୃଷକ ପରିବାରର ହାରାହାରି ଆୟ କେତେ? ଯାହାର ଉତ୍ତର କୃଷି ମନ୍ତ୍ରୀ ନିଜେ ଖୁଲାସା କରିଛନ୍ତି । କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅନୁଯାୟୀ, ପ୍ରତି ମାସ ଆୟରେ ମେଘାଳୟର କୃଷକ ପରିବାର ପ୍ରଥମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ଝାରଖଣ୍ଡ ସବୁଠାରୁ ତଳେ ରହିଛି ।

ସଂସଦରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ ଶିବରାଜ ଚୌହାନ କହିଛନ୍ତି ଯେ, ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟନ୍ୱୟନ ମନ୍ତ୍ରାଳୟ ଦେଶର ଗ୍ରାମୀଣ ଅଞ୍ଚଳରେ କୃଷି ପାରିବାରର ସ୍ଥିତି ଆକଳନ ସର୍ବେକ୍ଷଣ ଆୟୋଜନ କରିଥିଲା । ଏହି ସର୍ଭେ ଅନୁସାରେ, ୨୦୧୮-୧୯ରେ ଗ୍ରାମୀଣ ଭାରତରେ ପ୍ରତି କୃଷି ପରିବାରର ହାରାହାରି ମାସିକ ଆୟ ଭିନ୍ନ-ଭିନ୍ନ ରାଜ୍ୟମାନଙ୍କରେ ଅଲଗା ଥିଲା । ଅନ୍ୟପଟର ଋଣୀ କୃଷକ ପରିବାରର ପ୍ରତିଶତ ମଧ୍ୟ ରାଜ୍ୟମାନଙ୍କରେ ଭିନ୍ନ ଅଛି ।

୨୦୧୮ଜୁନ ୨୦୧୯ ପର୍ଯ୍ୟନ୍ତ କୃଷକ ପରିବାରର ମାସିକ ଆୟ:
ଆନ୍ଧ୍ରପ୍ରଦେଶ-୧୦,୪୮୦
ଅରୁଣାଚଳ ପ୍ରଦେଶ-୧୯ ହଜାର୨୨୫
ଆସାମ-୧୦ ହଜାର ୬୭୫
ବିହାର-୭ ହଜାର ୫୪୨
ଛତିଶଗଡ଼-୯ହଜାର ୬୭୭
ଗୁଜରାଟ-୧୨ ହଜାର ୬୩୧
ହରିୟାଣା-୨୨ ହଜାର ୮୪୧
ହିମାଚଳ ପ୍ରଦେଶ-୧୨,୧୫୩
ଜାମ୍ମୁ ଏବଂ କାଶ୍ମୀର-୧୮,୯୧୮
ଝାରଖଣ୍ଡ-୪,୮୯୫
କର୍ଣ୍ଣାଟକ-୧୩,୪୪୧
କେରଳ-୧୭,୯୧୫
ମଧ୍ୟପ୍ରଦେଶ-୮,୩୩୯
ମହାରାଷ୍ଟ୍ର-୧୧,୪୯୨
ମଣିପୁର-୧୧,୨୨୭
ମେଘାଳୟ-୨୯,୩୪୮
ମିଜୋରାମ-୧୭,୯୬୪
ନାଗାଲାଣ୍ଡ-୯ହଜାର ୮୭୭
ଓଡ଼ିଶା-୫ହଜାର ୧୧୨ଟଙ୍କା
ପଞ୍ଜାବ-୨୬ ହଜାର ୭୦୧ ଟଙ୍କା
ରାଜସ୍ଥାନ-୧୨ହଜାର ୫୨୦ ଟଙ୍କା
ସିକ୍କିମ-୧୨ ହଜାର ୪୪୭ ଟଙ୍କା
ତାମିଲନାଡୁ-୧୧ ହଜାର ୯୨୪
ତେଲେଙ୍ଗାନା-୯ହଜାର୪୦୩
ତ୍ରିପୁରା-୯ହଜାର ୯୧୮ ଟଙ୍କା
ଉତ୍ତରାଖଣ୍ଡ-୧୩ ହଜାର ୫୫୨ ଟଙ୍କା
ଉତ୍ତରପ୍ରଦେଶ-୮ହଜାର ୦୬୧ ଟଙ୍କା
ପଶ୍ଚିମବଙ୍ଗ-୬ ହଜାର ୭୬୨ ଟଙ୍କା

Get real time updates directly on you device, subscribe now.