fbpx

ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ଘଟଣାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ପୁରୀ ଶ୍ରୀମନ୍ଦିରର ପୁନଃ ଆଲୋକୀକରଣ ବ୍ୟବସ୍ଥା କରି ସ୍ଥାୟୀ ସମାଧାନ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିରରେ ଲାଗିଥିବା ଲାଇଟ୍ ପାଇଁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ରାତିରେ ବହୁ ଦୂରକୁ ସ୍ପଷ୍ଟ ଭାବେ ଜଣାପଡ଼ୁଥିଲା । ମାତ୍ର ଗତ ୪ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏହି ସବୁ ଲାଇଟଗୁଡ଼ିକୁ ଖୋଲି ନିଆଯାଇଥିବା ଅଭିଯୋଗ ହୋଇଥିଲା । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ଆଲୋକୀକରଣ କରାଯାଇଥିଲା । ମନ୍ଦିରର ଚାରିପାଖରେ ଏକାଧିକ ଲେଜର ଲାଇଟ୍ ଲଗାଯାଇଥିଲା । ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାରରେ ବକ୍ସ ଭଳି ଏକାଧିକ ବଡ଼ ବଡ଼ ଫୋକସିଂ ଲାଇଟ୍ ଲଗାଯାଇଥିଲା ।

Get real time updates directly on you device, subscribe now.