fbpx

ରସିକିଆ ସାପ ୱାନ୍ ସାଇଡ୍ ଲଭ୍ କରୁଥିଲା ନା କ’ଣ, ଲେଡିଜଙ୍କ ବିଚ୍ ଟାୱେଲ କ’ଣ ପାଇଁ ଗିଳିଥିଲା, ଏଇଟା ତ ଖାଦ୍ୟ ନୁହେଁ

ନୂଆଦିଲ୍ଲୀ: ବେଳେବେଳେ ଜୀବଜନ୍ତୁଙ୍କ କିଛି ଅଜବ କାରନାମାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଏକ ସାପ ପେଟରୁ ବାହାରିଥିଲା ଲେଡିଜଙ୍କର ଏକ ବିଚ୍ ଟାୱେଲ । ୪୫ ସେକେଣ୍ଡର ଉକ୍ତ ଭିଡିଓକୁ ୧.୪ କୋଟିରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି । ହଜାର ହଜାର ଏହି ଭିଡିଓକୁ ଲାଇକ୍ କରିଛନ୍ତି ।

ଭିଡିଓରେ ଦେଖାଯାଉଛି, ଡାକ୍ତର ସାପ ମୁହଁରେ ଏକ ଲମ୍ବା ପାଇପ୍ ଭର୍ତ୍ତି ତା’ ପେଟରୁ କିଛି କାଢ଼ିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଅନ୍ୟ ଜଣେ ଡାକ୍ତର ସାପର ଲାଞ୍ଜକୁ ଧରିଥିଲେ । ତେବେ ଭିଡିଓର ଆରମ୍ଭରୁ କିଛି ବୁଝି ହେଉ ନଥିଲା । ମାତ୍ର ଶେଷରେ ସାପ ପେଟରୁ ବାହାରିଥିଲା ଏକ ଲମ୍ବା ବିଚ ଟାୱେଲ । ତେବେ ତାହା ଏକ ପାଳିତ ସାପ ବୋଲି ଅନୁମାନ କରାଯାଉଛି ।

ତେବେ ଏହି ଭିଡିଓଟିକୁ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ଦେଇଛନ୍ତି । ସାପ କ’ଣ ପାଇଁ ଟାୱେଲ ଗିଳିଲା ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି । ଆଉ କେହି କେହି ଟାୱେଲ ଗିଳିଲେ ସାପ ଭାବିଥିଲା ମିଲ ହୋଇଯିବ, ସାପ କ’ଣ ପାଇଁ ଲେଡିଜଙ୍କର ବିଚ ଟାୱେଲ ଗିଳିଲା, ସେ କ’ଣ କାହାକୁ ଭଲ ପାଉଥିଲା ନା କ’ଣ, ରସିକିଆ ସାପର ଅଜବ କାରନାମା କମେଣ୍ଟ ଦେଇଛନ୍ତି ।

Get real time updates directly on you device, subscribe now.