fbpx

Paytmରୁ ବାହାରିଲା SoftBank, ବିକ୍ରି କଲା ସଂପୂର୍ଣ୍ଣ ଅଂଶ, ସହିବାକୁ ପଡିଲା ୧୫ କୋଟି ଡଲାରର କ୍ଷତି

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ଏବଂ ପାଇନାନସିଆଲ ସର୍ଭିସେଜ କମ୍ପାନୀ ପେଟିଏମକୁ ବଡ଼ ଝଟକା ଲାଗିଛି । ବର୍ତ୍ତମାନ ଏହି କମ୍ପାନୀରେ ଟଙ୍କା ନିବେଶ କରୁଥିବା ଜାପାନର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସଫ୍ଟବ୍ୟାଙ୍କ ନିଜକୁ ଏଥିରୁ ଦୁରେଇ ଦେଇଛି । ସଫ୍ଟବ୍ୟାଙ୍କ ପେଟିଏମର ପ୍ୟାରେଣ୍ଟ କମ୍ପାନୀ ୱାନ୯୭ କମ୍ୟୁନିକେସନରେ ନିଜର ସଂପୂର୍ଣ୍ଣ ପାର୍ଟନରସିପ ବିକ୍ରି କରିଛି । ସୂତ୍ର ମୁତାବକ, ସଫ୍ଟବ୍ୟାଙ୍କର ଇନଭେଷ୍ଟମେଣ୍ଟ ଆର୍ମ ସଫ୍ଟବ୍ୟାଙ୍କ ଭିଜନ ଫଣ୍ଡ ଏପ୍ରିଲ-ଜୁନ ତୃତୀୟ ମାସରେ ୧୫ କୋଟି ଡଲାରର ହାନି କରି ପଏଟିଏମରୁ ବାହାରି ଯାଇଛି ।

ସଫ୍ଟବ୍ୟାଙ୍କ ୨୦୧୭ରେ ପେଟିଏମ ବ୍ରାଣ୍ଡର ମୂଳ କମ୍ପାନୀ ୱାନ୯୭ କମ୍ୟୁନିକେସନରେ ୧.୫ ଆରବ ଡଲାରର ନିବେଶ କରିଥିଲା । ନ୍ୟୁଜ ଏଜେନ୍ସି ପିଟିଆଇର ସୂତ୍ର ମୁତାବକ, ସଫ୍ଟବ୍ୟାଙ୍କ ୧୦-୧୨ ପ୍ରତିଶତର କ୍ଷତି ସହ ପେଟିଏମରୁ ନିଜର ବ୍ୟବସାୟକୁ ଅଲଗା କରିଛି । ସମୁଦାୟ କ୍ଷତି ପାଖାପାଖି ୧୫ କୋଟି ଡଲାର ।

୨୦୨୧ ମସିହାରେ କମ୍ପାନୀର IPO ପୂର୍ବରୁ ସଫ୍ଟବ୍ୟାଙ୍କର ପେଟିଏମରେ ପ୍ରାୟ ୧୮.୫ ପ୍ରତିଶତ ଅଂଶ ଥିଲା। ଏଥିରେ SVF ଇଣ୍ଡିଆ ହୋଲ୍ଡିଂ ଲିମିଟେଡ୍ ମାଧ୍ୟମରେ ୧୭.୩ ପ୍ରତିଶତ ଏବଂ SVF ପାନ୍ଥର୍ ଲିମିଟେଡ୍ ମାଧ୍ୟମରେ ୧.୨ ପ୍ରତିଶତ ଅଂଶ ଥିଲା। SVF ପାନ୍ଥର୍ ଆଇପିଓ ସମୟରେ ଏହାର ସମସ୍ତ ଅଂଶଧନକୁ ୧,୬୮୯ କୋଟି କିମ୍ବା ପ୍ରାୟ ୨୨୫ ନିୟୁତ ଡଲାରରେ ବିକ୍ରି କରିଛି।

Get real time updates directly on you device, subscribe now.