fbpx

ଅଣ୍ଡାରେ ଲୁଚି ରହିଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଅଜଣା ରହସ୍ୟ, ଅଣ୍ଡା ବିଷୟରେ ଜାଣନ୍ତୁ କିଛି ଅକୁହା କଥା

ଅଣ୍ଡା କହିଲେ ସାଧାରଣ ଭାବେ ଆମେ ଖାଇବା ଅଣ୍ଡାକୁ ବୁଝିଥାଏ । ତେବେ ଆପଣମାନେ ଜାଣନ୍ତି କି ଏହି ଅଣ୍ଡା ହେଉଛି ଆମ ବିଶ୍ୱ ବ୍ରହ୍ମାଣ୍ଡର ଏକ ସୂକ୍ଷ୍ମ ରୂପ । ଯଦି ଆପଣ ଇତିହାସର ପୃଷ୍ଠା ଓଲଟାଇବେ ତେବେ ଜାଣିପାରିବେ ଅଣ୍ଡାର ମହତ୍ତ୍ୱ କ’ଣ । ସମସ୍ତ ଧର୍ମ, ଭିନ୍ନ ଭନ୍ନ ପରମ୍ପରା, ପ୍ରାଚୀନ ସଭ୍ୟତା, ଗ୍ରୀକ ଓ ରୋମ ସାମ୍ରାଜ୍ୟ ନିର୍ମାଣର ପଛରେ ଲୁଚି ରହିଛି ଏହି ଅଣ୍ଡାର ଅସ୍ଥିତ୍ୱ । ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ରହୁଥିବା ଅଧିବାସୀମାନେ ଅଣ୍ଡାକୁ ନେଇ ଭିନ୍ନ ଭିନ୍ନ ଅଜଣା ରହସ୍ୟ ଉନ୍ମୋଚନ କରିଛନ୍ତି ।

ଆମ ଧରିତ୍ରୀ ପୃଷ୍ଠରେ ଜନ୍ମ ନେବାକୁ ଥିବା ପ୍ରତ୍ୟେକ ଶିଶୁଙ୍କର ପିତାମାତା ଅଣ୍ଡାରେ ଶୋଇଥିଲେ ବୋଲି କିଛି ସମ୍ପ୍ରଦାୟର ଲୋକେ ଆଜି ବି ମାନନ୍ତି । ତେବେ ଯଦିଓ ଅଣ୍ଡାକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ପ୍ରକାରର କାହାଣୀ ରହିଛି, ତେବେ ବିଜ୍ଞାନ କିନ୍ତୁ କିଛି ଅଲଗା କହୁଛି । ଗତ ୨୦୦୬ରେ ନାସାର ୱିଲକନସନ ସାଟେଲାଇଟରୁ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଥିଲା ଯେ, ଆମର ବିଶ୍ୱ ବ୍ରହ୍ମାଣ୍ଡ ଗୋଟିଏ ଅଣ୍ଡା ଆକାରର ହୋଇପାରିବ ।

ବୈଜ୍ଞାନିକମାନେ ଏହି ଉକ୍ତିକୁ ନା ଖାରଜ କରିପାରିଥିଲେ ନା ପ୍ରମାଣିତ କରିପାରିଥିଲେ । ତେବେ ଆମେ ଏକ ବିଶାଳ ଅଣ୍ଡା ମଧ୍ୟରେ ଅବସ୍ଥାନ କରୁଛେ ବୋଲି କୁହାଯାଉଛି । ଆମ ପୃଥିବୀ ସହିତ ଅନ୍ୟ ଗ୍ରହମାନେ ସୂର୍ଯ୍ୟ ଚାରିପାଖରେ ଗୋଲାକାର ନୁହେଁ ବରଂ ଅଣ୍ଡାକାର କକ୍ଷରେ ଘୂର୍ଣ୍ଣନ କରୁଛନ୍ତି ବୋଲି ୧୬୦୯ରେ ଜର୍ମାନୀ ଜ୍ୟୋତିର୍ବିଜ୍ଞାନୀ ଜନ କେପଲର କହିଥିଲେ । ଗୋଟିଏ ଅଣ୍ଡାର ଆରମ୍ଭ କେଉଁଠୁ ଓ ଶେଷ କେଉଁଠି ତାହା ଜାଣିବା ଅସମ୍ଭବ ହୋଇଥାଏ ।

Get real time updates directly on you device, subscribe now.