fbpx

ନିର୍ବାଚନ ପାଇଁ ୨ୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ସପା, ସିଟ୍ ଶେୟାରିଂକୁ ନେଇ ମାହୋଲ ପଜିଟିଭ୍ ରହିଛି କହିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ସପା) ପ୍ରମୁଖ ଅଖିଲେଶ ଯାଦବ ଦ୍ୱିତୀୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛନ୍ତି । ଉତ୍ତରପ୍ରଦେଶର ୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ନିର୍ବାଚନରେ ଙଈଉ ଉପରେ ଅଧିକ ଫୋକସ୍ କରିଛି ସମାଜବାଦୀ ପାର୍ଟି ।

ଏହି ପରିପ୍ରେକ୍ଷୀରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ‘ଗଠବନ୍ଧନ ସମୟରେ ଲେଣଦେଣର ପ୍ରଶ୍ନ ଉଠିଥାଏ । ଉତ୍ତରପ୍ରଦେଶରେ ଆମେ ନିଜ ସ୍ଥିତି ମଜବୁତ କରିବାକୁ ଚାହୁଁଛୁ । ଏହି ମେଣ୍ଟରେ ସପା ସହ ଆମେ ସାମିଲ ଅଛୁ । ଅଖିଲେଶଙ୍କର ବୟାନ ସକାରାତ୍ମକ ଥିଲା ଏବଂ ଏନେଇ କଥାବାର୍ତ୍ତା ଚାଲିଛି । ରାହୁଲ ଗାନ୍ଧୀ ଅମେଠୀରୁ ନିର୍ବାଚନ ଲଢ଼ନ୍ତୁ ବୋଲି ସାଧାରଣ ଜନତା ଚାହୁଁଛନ୍ତି । ରାହୁଲ ଗାନ୍ଧୀ ପୁଣି ଥରେ କ୍ଷମତାକୁ ଆସନ୍ତୁ ବୋଲି ସେମାନେ ଚାହୁଁଛନ୍ତି ।’ ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ମୁଜାଫରନଗରରୁ ହରେନ୍ଦ୍ର ମଲିକ, ଗାଜୀପୁରରୁ ମୁଖ୍‌ତାର ଅନସାରିଙ୍କ ଭାଇ ଅପଜାଲ ଅନସାରି, ଶାହଜହାଂପୁରରୁ ରାଜେଶ କଶ୍ୟପ, ହରଦୋଇରୁ ଉଷା ବର୍ମା, ମିଶ୍ରିଖ ଲୋକସଭା ଆସନରୁ ରାମପାଲ ରାଜବଂଶୀ, ମୋହନଲାଲଗଞ୍ଜରୁ ଆରକେ ଚୌଧୁରୀ, ପ୍ରତାପଗଡ଼ରୁ ଏସପି ସିଂହ ବାଘେଲ, ବହରାଇଚରୁ ରମେଶ ଗୌତମ, ଗୋଣ୍ଡାରୁ ଶ୍ରୟା ବର୍ମା, ଚନ୍ଦୌଲୀରୁ ବିରେନ୍ଦ୍ର ସିଂହ ଏବଂ ଆଓଁଲାରୁ ନୀରଜ ମୌର୍ଯ୍ୟଙ୍କୁ ଟିକଟ ମିଳିଛି । ସେହିପରି ଜାନୁଆରୀ ୩୦ରେ ସପା ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶା ପାଇଥିଲା ।

Get real time updates directly on you device, subscribe now.