‘ହର ଘର ତିରଙ୍ଗା’ ଅଭିଯାନ: ସମସ୍ତଙ୍କୁ ସାମିଲ ହେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ଯାଏଁ ସମଗ୍ର ଦେଶରେ ଆରମ୍ଭ ହେଉଛି ହର ଘର ତ୍ରୀରଙ୍ଗା ଅଭିଯାନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତା ମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଜାତୀୟ ପତାକା ତ୍ରିରଙ୍ଗା ହେଉଛି ସ୍ୱାଧୀନତା ଏବଂ ଏକତାର ପ୍ରତୀକ। ସମସ୍ତ ଭାରତୀୟଙ୍କ ଭାବନା ଏହି ପତାକା ସହିତ ଜଡ଼ିତ ହୋଇ ରହିଛି, ଏବଂ ସେମାନେ ଦେଶର ବିକାଶ ପାଇଁ କଠିନ ପରିଶ୍ରମ କରୁଛନ୍ତି ।

ତେବେ ଜନସାଧାରଣମାନେ ୧୩ ରୁ ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନରେ ସାମିଲ ହୋଇ ତ୍ରୀରଙ୍ଗା ସହିତ ଫଟୋ ଉଠାଇ ‘ହର ଘର ତିରଙ୍ଗା’ harghartiranga.com ଲିଙ୍କରେ ଅପଲୋଡ୍ କରନ୍ତୁ । ଏହି ଅଭିଯାନ ଦିଲ୍ଲୀର ଉପରାଷ୍ଟ୍ରପତି ଏକ ବାଇକ୍ ରାଲିରୁ ଆରମ୍ଭ କରିବେ । ଏହି ରାଲି ପ୍ରଗତି ମଇଦାନରୁ ଇଣ୍ଡିଆ ଗେଟ୍ ଦେଇ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବ ।

ଗତ ବର୍ଷ ମଧ୍ୟ ସମାନ ଭାବରେ ଦେଶର ଜନସାଧାରଣ ମାନଙ୍କୁ ଏବଂ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ଲଗାଇବାକୁ କହିଥିଲେ। ଯାହା ସମଗ୍ର ଦେଶରେ ଏକ ଆନ୍ଦୋଳନ ସୃଷ୍ଟି କରିଥିଲା ଓ ପ୍ରତ୍ୟେକ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ କଥା ଶୁଣି ମାସ ମାସ ପର୍ଯ୍ୟନ୍ତ ସେମାନଙ୍କ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ରଖିଥିଲେ।