fbpx

ବଡ଼ମ୍ବା ସିଂହନାଥ ପୀଠରେ ଦଳାଚକଟା, ଜଣେ ମୃତ ୧୨ ଗୁରୁତର

କଟକ: ବଡ଼ମ୍ବା ସିଂହନାଥ ପୀଠ ନିକଟ ବ୍ରିଜ ଉପରେ ଦଳାଚକଟା। ଟି-ବ୍ରିଜ ଉପରେ ପ୍ରବଳ ଭିଡ଼ ଜମିବାରୁ ଦଳାଚକଟା ହୋଇଛି। ଦଳା ଚକଟାରେ ୧୬ ଜଣ ଲୋକେ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି। ଆଜି ମକର ସଂକ୍ରାନ୍ତି ଥିବାରୁ ପୀଠରେ ପ୍ରବଳ ଭିଡ଼ ହୋଇଥିଲା। କିଛି ଦିନ ପୁର୍ବେ ଏହି ବ୍ରିଜ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଆଜି ମକର ମେଳା ଥିବାରୁ ପ୍ରବଳ ଲୋକଙ୍କ ସମାଗମ ହେବାରୁ ବ୍ରିଜ ଉପରେ ପ୍ରବଳ ଭିଡ଼ ହୋଇଥିଲା। କୁହାଯାଉଛି ଯେ, ଭିଡ଼ ହେବାରୁ କିଛି ଲୋକେ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଯେଉଁଠି ପାଇଁ ଆହତଙ୍କ ସଂଖ୍ୟା ଅଧିକ ହୋଇପାରେ।

ବଡ଼ମ୍ବା ବଦେଶ୍ୱର ନିକଟରେ ମହାନଦୀ ଉପରେ ଥିବା ଏହି ଟି-ବ୍ରିଜ୍ ସିଧାସଳଖ ସିଂହନାଥ ପୀଠକୁ ସଂଯୋଗ କରିଥାଏ। ଏହି ବ୍ରିଜ୍‌ଟି ଅତିକ ସଂକୀର୍ଣ୍ଣ ଥିବା ବେଳେ ମକରମେଳା ହେତୁ ବହୁ ଲୋକଙ୍କ ସମାଗମ ଏଠାରେ ହୋଇଥିଲା। ସକାଳ ସମୟରୁ ହଁ ପ୍ରବଳ ଭିଡ଼ ଲାଗି ରହିଥିଲା। ତେବେ ସେମାନେ ଦର୍ଶନ ସାରି ଫେରିବା ସମୟରେ ଭିଡ଼ ଆହୁରି ବଢିଯାଇଥିଲା। ସେହି ସମୟରେ ଅନ୍ୟ ପାଶ୍ୱର୍ରୁ ମଧ୍ୟ ଲୋକେ ପ୍ରବେଶ କରିଥିଲେ। ଏତିକି ବେଳେ ଦୁଇ ପକ୍ଷର ଲୋକ ମୁହାଁମୁହିଁ ହେବାରୁ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା। ପରେ ଦୁଇ ପକ୍ଷରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲାରେ ସେଠାରେ ବିଶୃଙ୍ଖଳା ବାତାବରଣ ସୃଷ୍ଟି ହୋଇଥିଲା। ଯାହା ପଳରେ ଦଳାଚକଟାର ସ୍ଥିତି ଉପୁଜିଛି।

Get real time updates directly on you device, subscribe now.