fbpx

ଘର ଭିତରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

Advertisement

ରାଜନଗର, (ଭାସ୍କର ନ୍ୟୁଜ୍‌) : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଭାଟପଡା ଗ୍ରାମର ମହେନ୍ଦ୍ର ସେଠୀଙ୍କ ଝିଅ ଯଶୋଦା ସେଠୀ(୧୫) ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁରୁବାର ମଧ୍ୟାହ୍ନ ସମୟରେ ଯଶୋଦା ଘର ଭିତରେ ଦଉଡିରେ ଫାଶୀ ଦେଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାକୁ ମୃତ ଘୋଷଣା କରିଥିଲେ । ଖବରପାଇ ପୋଲିସ ଶବକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ୍ୟୁର କାରଣ ଜଣାପଡିନାହିଁ ।

Get real time updates directly on you device, subscribe now.