fbpx

UGC ଆଣିଲା ସ୍ପେଶାଲ ପଲିସୀ: ସେପ୍ଟେମ୍ବର ଶେଷ ସୁଦ୍ଧା ସିଟ୍ ଛାଡ଼ିଲେ ଶତ ପ୍ରତିଶତ ନାମଲେଖା ଫିସ୍ ଫେରସ୍ତ କରାଯିବ

Advertisement

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ନାମଲେଖା ଫିସକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ସ୍ୱତନ୍ତ୍ର ନୀତି ବା ସ୍ପେଶାଲ ପଲିସୀ ଆଣିଛି । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସିଟ୍ ଛାଡ଼ିଲେ ଛାତ୍ରଛାତ୍ରୀଙ୍କର ଶତ ପ୍ରତିଶତ ନାମଲେଖା ଫିସ୍ ଫେରସ୍ତ କରାଯିବ । ଅନେକ ସମୟରେ ଛାତ୍ରଛାତ୍ରୀମାନେ ସିଟ୍ ଛାଡ଼ିଲେ ବି ଉଚ୍ଚ ଶିକ୍ଷାନୁଷ୍ଠାନମାନେ ନାମଲେଖା ଫିସ୍ ଫେରସ୍ତ କରିବା ନେଇ ମାତ୍ରାଧିକ ବିଳମ୍ବ କରୁଥିବା ଅଭିଯୋଗ ହୋଇଆସୁଥିଲା । ତେଣୁ ଉକ୍ତ ସମସ୍ୟାର ସମାଧାନ ପାଇଁ ୟୁଜିସି ଏହି ପଦକ୍ଷେପ ଗ୍ରହଣ କରିଛି ।

ଚଳିତ ୨୦୨୪-୨୫ ଶିକ୍ଷାର୍ବରେ ନାମଲେଖାଇବା ପରେ ଅନ୍ୟତ୍ର ସ୍ଥାନାନ୍ତର କଲେ ବା ରଦ୍ଦ କଲେ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସେମାନଙ୍କର ନାମଲେଖା ଫିସ୍ ଫେରସ୍ତ କରାଯିବ । ଆଡମିସନ କରିଥିବା ପିଲାମାନେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଅନ୍ୟତ୍ର ସ୍ଥାନାନ୍ତର କଲେ ବା ନାମଲେଖା ରଦ୍ଦ ପାଇଁ ଆବେଦନ କଲେ ସେମାନଙ୍କୁ ପ୍ରୋସେସିଂ ଫିସ୍ ବାବଦରେ ସର୍ବାଧିକ ୧ ହଜାର ଟଙ୍କା କଟାଯାଇ ଅନ୍ୟ ଅର୍ଥ ଫେରସ୍ତ କରାଯିବ । ଉଚ୍ଚ ଶିକ୍ଷାନୁଷ୍ଠାନମାନେ ଏହାଠାରୁ ଅଧିକ ଅର୍ଥ କାଟି ପାରିବେନି ବୋଲି ୟୁଜିସି ପକ୍ଷରୁ ସ୍ପର୍ଶ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ବିଜ୍ଞପ୍ତିରେ ଉଲ୍ଲେଖ ଥିବା ନାମଲେଖା ଶେଷ ତାରିଖର ୧୫ ଦିନ ବା ତା’ ପୂର୍ବରୁ ସିଟ୍ ଛାଡ଼ିଲେ ସମ୍ପୂର୍ଣ୍ଣ ଫିସ୍ ଫେରସ୍ତ କରାଯିବ । ନାମଲେଖା ସରିବାର ୧୫ ଦିନ ପୂର୍ବରୁ ଆବେଦନ କଲେ ୯୦ ପ୍ରତିଶତ ଫେରସ୍ତ କରାଯିବ । ନାମଲେଖା ସରିବାର ୧୫ ଦିନ ମଧ୍ୟରେ ଆବେଦନ କଲେ ୮୦ ପ୍ରତିଶତ ଓ ଅବଧି ସରିବାର ୧୫ରୁ ୩୦ ଦିନ ମଧ୍ୟରେ ଆବେଦନ କଲେ ୫୦ ପ୍ରତିଶତ ଅର୍ଥ ଫେରସ୍ତ କରାଯିବ । ନାମଲେଖା ଅବଧି ସରିବାର ୧ ମାସ ପରେ ଅନ୍ୟନ୍ତ ସ୍ଥାନାନ୍ତର ପାଇଁ ପାଇଁ ନାମଲେଖା ରଦ୍ଦ ପାଇଁ ଆବେଦନ କଲେ କୌଣସି ଅର୍ଥ ଫେରସ୍ତ କରାଯିବ ନାହିଁ ବୋଲି ୟୁଜିସିର ୫୮୦ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.