fbpx

Video: ମଞ୍ଚ ଦୁଲୁକାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ, ସୁନ୍ଦର ନୃତ୍ୟରେ ଜିଣିଲେ ସମସ୍ତଙ୍କ ମନ

ସୁବର୍ଣ୍ଣପୁର: ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆଉ ମଞ୍ଚ ଦୁଲୁକାଇଦେଲେ। ସୁବର୍ଣ୍ଣଉତ୍ସବ-୨୦୨୩ର ଦ୍ୱତିୟ ସନ୍ଧ୍ୟାରେ ବାଲ୍ୟ ବିବାହକୁ ନେଇ ଏକ ଗୀତରେ ନାଚିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ। ଜଣେ ପ୍ରଶାସିକା ଭାବେ ଜିଲ୍ଲାରେ ନିଜର ଦକ୍ଷତା ଦେଖାଇ ସାରିଥିବା ବେଳେ ଗତକାଲି ଜିଲ୍ଲାବାସିଙ୍କୁ ନିଜର ନୃତ୍ୟ ନିପୁଣତା ଦେଖାଇଛନ୍ତି।

ଗତ କାଲି ସନ୍ଧ୍ୟରେ ରାମେଶ୍ୱର ଷ୍ଟାଡିୟମରେ ଚାଲିଥିବା ଏହି ମହୋତ୍ସବରେ ଜିଲ୍ଲାପାଳଙ୍କ ନୃତ୍ୟକୁ ଦର୍ଶକ ବେସ ଉପଭୋଗ କରିଥିଲେ। ଏହି ଉତ୍ସବ ୫ଦିନ ଧରି ଚାଲିବାକୁ ଥିବାବେଳେ ଦ୍ୱିତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ଆବୋଲି ନରୱାଣେ ଯୋଗ ଦେଇଥିଲେ।

ଏହି ସମୟରେ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ମଞ୍ଚ ଉପରକୁ ଉଠିଥିଲେ ଜିଲ୍ଲାପାଳ। ଆଉ ଜିଲ୍ଲାପାଳଙ୍କ ନାଚ ଦେଖି ସମସ୍ତେ ଅବାକ ହୋଇଯାଇଥିଲେ। କାରଣ ପୁର୍ବରୁ ଜିଲ୍ଲାପଳଙ୍କ ଏହି ଦକ୍ଷତା କେହି ଦେଖି ନଥିଲେ। ଜିଲ୍ଲାପାଳଙ୍କ ଏଭଳି ସୁନ୍ଦର ନାଚ ଦେଖି ଉପସ୍ଥିତ ଲୋକେ ଅନେକ ପ୍ରଶଂସା କରିଥିଲେ।

୨୦୧୫ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ନରୱାଣେଙ୍କ ଘର ମହାରାଷ୍ଟ୍ର। ପିଲା ବେଳୁ ଜଣେ ଆଇଏଏସ୍ ଅଫିସର ହେବାକୁ ସ୍ୱପ୍ନ ଦେଖୁଥିବା ନରୱାଣେ ପ୍ରଥମେ ଆଇଆରଏସ୍ ଚାକିରି ପାଇଥିଲେ। କିନ୍ତୁ ଆଇଏଏସ୍ ହେବା ସ୍ୱପ୍ନକୁ ପୂରଣ କରିବାରେ ଲାଗି ପଡ଼ିଥିବା ନରୱାଣେ ୨୦୧୫ ମସିହାରେ ୟୁପିଏସ୍‌ସି ପରୀକ୍ଷାରେ ମହାରାଷ୍ଟ୍ର ଟପ୍ପର ହୋଇଥିଲେ। ନିଜ କ୍ୟାରିଅର ଆରମ୍ଭରେ ରାଉରକେଲା ଏଡିଏମ୍ ଭାବେ ନିଯୁକ୍ତି ପାଇଥିବା ନରୱାଣେ ଗତବର୍ଷ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। ଜଣେ ପାରଙ୍ଗମ ନୃତ୍ୟାଙ୍ଗନା ଭାବେ ନରୱାଣେ ପୂର୍ବରୁ ବି ନିଜ ଛାପ ଛାଡ଼ି ସାରିଛନ୍ତି।

 

Get real time updates directly on you device, subscribe now.