fbpx

ମା’ ହେଲେ ସୁଗନ୍ଧା ମିଶ୍ର, ସୋସିଆଲ ମିଡ଼ିଆରେ ଶେୟାର କଲେ ଝିଅ ସହ ସେଲ୍ଫି

Advertisement

ମୁମ୍ବାଇ: ‘ଦି କପିଲ ଶର୍ମା ଶୋ’ ରୁ ଲୋକପ୍ରିୟତା ହାସଲ କରିଥିବା କମେଡିଆନ୍ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଫ୍ୟାନ୍ସମାନଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି । ତାଙ୍କ ଘରେ କୁନି ଅତିଥି ଆସିଛି ଯାହାକୁ ନେଇ ଏବେ ପୁରା ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସୁଗନ୍ଧା ଏବଂ ତାଙ୍କ ସ୍ୱାମୀ ସଂକେତ ଭୋସଲେ କନ୍ୟା ସନ୍ତାନର ମାତା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଏନେଇ ସଂକେତ ସୋସିଆଲ ମିଡ଼ିଆରେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ବିଶ୍ୱର ଏହା ସବୁଠାରୁ ସୁନ୍ଦର ଚମତ୍କାର ଯାହା ଆର୍ଶୀବାଦ ରୂପରେ ଆମକୁ ମିଳିଛି । ଏହା ଆମ ପ୍ରେମର ପ୍ରତୀକ । ଆମକୁ ଏକ ସୁନ୍ଦର ଝିଅର ଆର୍ଶୀବାଦ ମିଳିଛି । ଆପଣମାନଙ୍କ ଭଲପାଇବା ଏମିତି ରହିଥାଉ, ଧନ୍ୟବାଦ ।’

Get real time updates directly on you device, subscribe now.