ଆଡମିଶନକୁୁ ରୋକାଯାଇପାରିବ ନାହିଁ… ମେଡିକାଲରେ ଭିନ୍ନକ୍ଷମ ଛାତ୍ରଙ୍କ ଆଡମିଶନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଭିନ୍ନକ୍ଷମ ଛାତ୍ରମାନଙ୍କ ବିଷୟରେ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବକ୍ତୃତା ଏବଂ ଭାଷା ଅକ୍ଷମତା ଥିବା ୪୦% ରୁ ଅଧିକ ଛାତ୍ରଛାତ୍ରୀଙ୍କ ମେଡିକାଲ କଲେଜରେ ଆଡମିଶନ ପାଇବାରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ । କେବଳ ଏଥିପାଇଁ ଅକ୍ଷମତା ୪୪ ରୁ ୪୫ ପ୍ରତିଶତ, ଏହିପରି ଛାତ୍ରମାନଙ୍କୁ ଏମବିବିଏସ ପାଠ୍ୟକ୍ରମରେ ଆଡମିଶନରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ ।

ଆମ ମତରେ ଏଥିରେ ଆଡମିଶନ ପାଇଁ ବିବେଚିତ ହେବାର ଅଧିକାର ଶେଷ ହୁଏ ନାହିଁ । କେବଳ ଅକ୍ଷମତାର ମାତ୍ରା ନିର୍ଦ୍ଧାରିତ କରି ଜଣେ ପ୍ରାର୍ଥୀଙ୍କୁ ଆଡମିଶନରୁ ବଞ୍ଚିତ କରାଯାଇପାରିବ ନାହିଁ । ଏଥିପାଇଁ ପ୍ରାର୍ଥୀଙ୍କୁ ସ୍ୱତନ୍ତ୍ର ଭାବେ ଯାଞ୍ଚ କରାଯିବା ଉଚିତ୍ ।

ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କ’ଣ କହିଛନ୍ତି?

ବର୍ତ୍ତମାନର ନିୟମ ଅନୁଯାୟୀ, ୪୦% ରୁ ଅଧିକ ଅକ୍ଷମତା ଥିବା ଛାତ୍ରମାନେ ମେଡିକାଲର ଅଧ୍ୟୟନ କରିପାରିବେ ନାହିଁ । ଏ ବାବଦରେ ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ଜଣେ ଭିନ୍ନକ୍ଷମ ଛାତ୍ରଙ୍କ ଆବେଦନ ଉପରେ ଏହି ନିଷ୍ପତ୍ତି ନେଇଛି । ଏହି ରାୟରେ ବେଞ୍ଚ କହିଛି ଯେ ସମାନତାର ଅଧିକାର ପରୋକ୍ଷରେ ଉଲ୍ଲଂଘନ ହେଉଛି କି ନାହିଁ ତାହା କୋର୍ଟ ଦେଖିବା ଆବଶ୍ୟକ । ଆମେ ଆଶା କରୁଛୁ ଯେ ଏନଏମସି ଉପଯୁକ୍ତ ସଂଶୋଧନ ସହିତ ଏକ ଅନ୍ତର୍ଭୂକ୍ତ ପଦ୍ଧତି ଗ୍ରହଣ କରିବ । ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିବା ଉଚିତ ନୁହେଁ ।

Get real time updates directly on you device, subscribe now.