fbpx

ସୁପ୍ରିମକୋର୍ଟରୁ ମନୀଷ ସିସୋଦିଆଙ୍କୁ ଝଟକା, ଅନ୍ତରୀଣ ଜାମିନ ଉପରେ ମିଳିଲାନି କୌଣସି ଆଦେଶ

Advertisement

ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମ କୋର୍ଟରୁ ବି ଝଟକା ମିଳିଛି । ସିସୋଦିଆଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ବି ଆଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ସିସୋଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତେବେ କୋର୍ଟ ସେପ୍ଟେମ୍ବରରେ ପୁନର୍ବାର ତାଙ୍କ ଅନୁରୋଧ ଉପରେ ବିଚାର କରିବେ ବୋଲି ସହମତି ଜଣାଇଛନ୍ତି । ଏହା ବ୍ୟତିତ ଉଚ୍ଚତମ ନ୍ୟାୟାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିକୁ ମଧ୍ୟ ଆଗାମୀ ତାରିଖ ସୁଦ୍ଧା ଏହା ସୂଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କି ସିସୋଦିଆଙ୍କ ବିରୁଦ୍ଧରେ ମନି ଲଣ୍ଡ୍ରିଂ ମାମଲାରେ ମନି ଟ୍ରେଲ କିପରି ସ୍ଥାପିତ ହୋଇଥାଏ ।

ଏଠାରେ ସୂଚାଇ ଦିଆଯାଇପାରେ କି ସିସୋଦିଆଙ୍କ ଉପରେ ଅବକାରୀ ନିୟମରେ ଘୋଟାଲା କରିଥିବାର ଅଭିଯୋଗ ଲାଗିଛି ଯାହାର ଯାଞ୍ଚ ସିବିଆଇ ଓ ଇଡି ମିଳିତ ଭାବରେ କରୁଛନ୍ତି ।  ପତ୍ନୀଙ୍କ ଖରାପ ସ୍ୱାସ୍ଥ୍ୟ ଅବସ୍ଥା ଲାଗି ସିସୋଦିଆ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ଉଚ୍ଚତମ ନ୍ୟାୟାଳୟ ୧୪ ଜୁଲାଇରେ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଯାଚିକା ଉପରେ ସିବିଆଇ ଓ ଇଡିକୁ ଜବାବ ମାଗିଥିଲେ । ୨୬ ଫେବ ୃୟାରୀରେ ଅବକାରୀ ଘୋଟାଲା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ମେ ୩୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ସିବିଆଇ ମାମଲାରେ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ ।

Get real time updates directly on you device, subscribe now.