fbpx

ସୁରଟରେ ୬ ମହଲା ବିଲ୍ଡିଂ ଭୁଶୁଡ଼ି ୭ ମୃତ, ରାତିସାରା ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ଗୁଜରାଟ ସୁରଟରେ ଶନିବାର ଦିନ ଏକ ୬ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡିଥିଲା । ଏହି ଭଗ୍ନାଂବଶେଷ ତଳେ ଅନେକ ଲୋକେ ଦବି ଯାଇଥିଲେ । ଘଟଣାସ୍ଥଳରେ ଫାୟର ଏବଂ ପୋଲିସ ଟୀମ ପହଞ୍ଚି ରାତିସାରା ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏହାରି ମଧ୍ୟରେ ସୁରଟର ଚିଫ ଫାୟର ଅଧିକାରୀ ବସନ୍ତ ପାରିକ କହିଛନ୍ତି ଯେ, ରାତିସାରା ଉଦ୍ଧାର କାର୍ଯ୍ୟରେ ଏପର୍ଯ୍ୟନ୍ତ ସାତଟି ଶବ ଉଦ୍ଧାର କରାଯାଇଛି । ସେହିପରି ପୋଲିସ କହିଛି ଯେ, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେବି ଅନେକ ଲୋକେ ଫସିରହିଛନ୍ତି ବୋଲି ଆଶଙ୍କା କରାଯାଉଛି ।

ସୂଚନା ମୁତାବକ, ଏହା ଏକ ପୁରୁଣା କୋଠା ଥିଲା, ଯାହା ନଷ୍ଟ ହୋଇଯାଇଥିଲା ଏବଂ ହଠାତ ଭୁଶୁଡ଼ି ପଡିଥିଲା । ଏହି ୬ ମହଲା ବିଶିଷ୍ଟ କୋଠାରେ ୩୫ଟି ରୁମ ଥିଲା, ଯେଉଁଥିରେ ପାଞ୍ଚରୁ ସାତଟି ପରିବାର ଜୀବନକୁ ବିପଦରେ ପକାଇ ରହୁଥିଲେ । ଏହି ବିଲ୍ଡିଂର ମାଲିକ ଜଣେ ବିଦେଶିନୀ ଅଟନ୍ତି ଏବଂ ଅନେକ ବ୍ୟକ୍ତି ଏହି ରୁମ ପାଇଁ ଭଡ଼ା ଦେଉଥିଲେ ।

 

Get real time updates directly on you device, subscribe now.