fbpx

ସ୍ୱଚ୍ଛ ଭାରତ ମିଶନ-୨.୦ର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-୨.୦ର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ଅଧିନରେ ସବୁ ସହରକୁ ଶୁଦ୍ଧ ପାନୀୟଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ସହରଗୁଡ଼ିକୁ ଆବର୍ଜନା ମୁକ୍ତ କରିବାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦୀ କହିଛନ୍ତି ଯେ, ‘ଦେଶରେ ୧୦ କୋଟି ଶୌଚାଳୟ ନିର୍ମାଣର ଲକ୍ଷ୍ୟ ପୂରଣ ହୋଇଛି । ସଫେଇ କର୍ମୀମାନେ ହେଉଛନ୍ତି ସ୍ୱଚ୍ଛ ଭାରତ ମିଶନର ମହାନାୟକ । କରୋନା କାଳରେ ବି ସେମାନେ ନିଜ କାମ କରିଛନ୍ତି । ଏବେ ସହରକୁ ଆବର୍ଜନା ମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଅମୃତ ମିଶନ ବି କାମ କରିବ ।’

Get real time updates directly on you device, subscribe now.