fbpx

ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍: ପାକିସ୍ତାନକୁ ତାଲିବାନର ଚେତାବନୀ, ଆମ ଧର୍ଯ୍ୟ ପରୀକ୍ଷା କର ନାହିଁ

ଆଫଗାନିସ୍ତାନର ଖୋସ୍ତ ଏବଂ କୁନାର ପ୍ରାନ୍ତରେ ଏୟାର ଷ୍ଟ୍ରାଇକ କରିବା ପରେ ଏହାର ଜବାବ ରଖିଛି ତାଲିବାନ । ସ୍ଥଅନୀୟ ମିଡିଆ ରିପୋର୍ଟ ମୁତାବିକ ଏଥିରେ ପ୍ରାୟ ୩୦ ରୁ ୪୦ ଜଣ ସାଧାରଣ ନାଗରିକ ମୃତ୍ୟୁ ବରଣ କରିଛନ୍ତି । ପାକିସ୍ତାନର ଏହି ପଦକ୍ଷେପ ପରେ ଆଫାଗାନିସ୍ତାନ ଲୋକମାନେ ଏହା ବିରୋଧରେ ପ୍ରଦର୍ଶନ କରିଛନ୍ତି ।

ତେବେ ଏହି ଷ୍ଟ୍ରାଇକ୍ ବିଷୟରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ପାକିସ୍ତାନୀ ମିଡିଆ ଏହି ଖବର ଉପରେ ରିପୋର୍ଟ କରି କହିଛନ୍ତି ଯେ ଏହି ଷ୍ଟ୍ରାଇକ ଜରିଆରେ ତହରୀକ-ଏ-ତାଲିବାନ ପାକିସ୍ତାନ ଉପରେ ଆକ୍ରମଣ କରାଯାଇଥିଲା ।

ତେବେ ଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଳାୟ ଏହାକୁ ନେଇ ତିବ୍ର ବିରୋଧ କରିବା ସହିତ ଏହାର ନିନ୍ଦା କରିଛି । ଏଥି ସହିତ ଆଫଗାନିସ୍ତାନରେ ଥିବା ପାକିସ୍ତାନୀ ଦୂତାବାସର ରାଜଦୂତଙ୍କୁ ସମନ ଜାରି କରି ଜବାବ ମାଗିଛି । ତେବେ ସ୍ତାନୀୟ ମିଡିଆ ରିପୋର୍ଟ ମୁତାବକ ତାଲିବାନ ଏହି ଆକ୍ରମଣକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛି । ଏବଂ କହିଛି ଯେ ପାକିସ୍ତାନ ଆମର ଧର୍ଯ୍ୟର ପରୀକ୍ଷା ନକରୁ ବୋଲି କହିଛି ।

 

Get real time updates directly on you device, subscribe now.