fbpx

ତାନ୍ତ୍ରିକର ପୁରୁଣା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ବଦଳାଇବାର ଦାବି, ଆଉ ତା’ ପରେ…

Advertisement

ମଧ୍ୟପ୍ରଦେଶ: ପୁରୁଣା ୧ ହଜାର ଏବଂ ୫୦୦ ଟଙ୍କିଆ ନୋଟ ବଦଳାଇ ନୂଆ ନୋଟ ଦେବା ମାମଲାରେ ଇନ୍ଦୋର କ୍ରାଇମ ବ୍ରାଞ୍ଚ ଜଣେ ତାନ୍ତ୍ରିକ ସହ ୫ ଜଣକୁ ଗିରଫ କରିଛି । ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ମାନପୁରରେ ଯେଉଁଠାରେ ଜଣେ ତାନ୍ତ୍ରିକ ଲୋକଙ୍କୁ ପୁରୁଣା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ବଦଳରେ ନୂଆ ନୋଟ ଦେବାର ଲୋଭ ଦେଖାଇ ଆକୃଷ୍ଟ କରୁଥିଲା । ଖବର ପାଇ ଇନ୍ଦୋର କ୍ରାଇମ ବ୍ରାଞ୍ଚ ତାନ୍ତ୍ରିକ ସହ ତା’ର ଶିଷ୍ୟକୁ ଗିରଫ କରିଛି ।

ଇନ୍ଦୋର କ୍ରାଇମ ବ୍ରାଞ୍ଚ ଶାଖା ଅତିରିକ୍ତ ଏସପି ଗୁରୁ ପ୍ରସାଦ ପାରାଶର କହିଛନ୍ତି ଅଭିଯୁକ୍ତଙ୍କଠାରୁ ୭୬ ହଜାରର ପୁରୁଣା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ସହ ୫ ଜଣକୁ ଗିରଫ କରାଯାଇଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ଅମୃତଲାଲ ନିଜକୁ ତାନ୍ତ୍ରିକ ବୋଲି କହୁଥିଲା ଏବଂ ନିଜର ତନ୍ତ୍ର ବଳରେ ପୁରୁଣା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ନୂଆ ନୋଟରେ ବଦଳାଇଦେବା କହି ଲୋକଙ୍କୁ ଠକୁଥିଲା । ତାନ୍ତ୍ରିକର ଶିଷ୍ୟ ଏବଂ ନୋଟ ବଦଳାଇବାକୁ ଆସିଥିବା ତିନି ଜଣକୁ ମଧ୍ୟ ଗିରଫ କରାଯାଇଛି । ଅତିରିକ୍ତ ଏସପି କହିଛନ୍ତି ସେମାନେ କେଉଁଠାରୁ ଆସିଛନ୍ତି ଏବଂ କେବେଠାରୁ ଏହି କାମ କରୁଛନ୍ତି ସେନେଇ ଅଧିକ ପଚରାଉଚରା କରୁଛି ପୋଲିସ ।

Get real time updates directly on you device, subscribe now.