fbpx

(Video) ମୋ କାନ୍ଦିବା ସମସ୍ତଙ୍କ ପାଇଁ ଡ୍ରାମା, ନ୍ୟାୟ ନିମିଳିବା ଯାଏଁ ବାରଣ୍ଡାରେ ରହିବି: ମାମଲା ଘୁଞ୍ଚିବା ପରେ ତପସ୍ୱିନୀଙ୍କ ପ୍ରତିକ୍ରିୟା

ଗଞ୍ଜାମ: ବହୁଚର୍ଚ୍ଚିତ ତପସ୍ୱିନୀ-ଡାକ୍ତର ସୁମିତ ପାରିବାରିକ ବିବାଦ ମାମାଲର ଅନ୍ତ ଘଟୁନାହଁ । ଦିନକୁ ଦିନ ନୂଆ ନୂଆ ଅଡ଼ୁଆ ସୂତାର ଖିଅ ଲମ୍ବିବାରେ ଲାଗିଛି । ଉଭୟ ପରସ୍ୱରକୁ ଦୋଷାରୋପ କରୁଛନ୍ତି । ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଥିବାବେଳେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘର ଗେଟ୍ ଭିତରେ ଧାରଣାରେ ବସିଛନ୍ତି ସେପଟେ ସୁମିତ୍ ଦିନକୁ ଦିନ ନିଜର ଛୁଟି ବଢ଼ାଇଚାଲିଛନ୍ତି । ଅନ୍ୟପଟେ ସୋମବାର ଉଭୟ ପକ୍ଷଙ୍କ ଓକିଲ କୋର୍ଟରେ ପକ୍ଷ ରଖିବା ପରେ କୋର୍ଟ ଏହି ମାମଲା ଶୁଣାଣି ୪ ତାରିଖରେ ହେବ ବୋଲି କହିଛନ୍ତି ଏସଡିଜେଏମ କୋର୍ଟ ।

ତେବେ ଶୁଣାଣି ଘୁଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀ ସେ କହିଛନ୍ତି, ‘ମୋତେ ନ୍ୟାୟ ନ ମିଳିବା ଯାଏଁ ମୁଁ ଏହି ବାରଣ୍ଡାରେ ରହିବି, ନ୍ୟାୟ ନମିଳିବା ଯାଏଁ ବାରଣ୍ଡାରେ ରହିବି । ଆମେ ମିଶିକି ଘର ଖୋଜୁଥିଲୁ; ସୁମିତ ଯେଉଁ ଘର ପସନ୍ଦ କରୁଥିଲେ ମୁଁ ବି ତାକୁ ପସନ୍ଦ କରୁଥିଲି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.